ମୁମ୍ଵାଇ ୦୮।୧୦: ବର୍ତ୍ତମାନ ହାଉସଫୁଲ୍ ସିରିଜର ୫ମ ଚଳଚ୍ଚିତ୍ର ବିଷୟରେ ମଧ୍ୟ ଖବର ଆସୁଛି। ଖବର ଅନୁଯାୟୀ, ‘ହାଉସଫୁଲ୍-୫’ ‘ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ହାଉସଫୁଲ୍ ସିରିଜ୍ ଗତ ୧୨ ବର୍ଷ ମଧ୍ୟରେ ବଲିଉଡର ସବୁଠାରୁ ସଫଳ ଫ୍ରାଞ୍ଚାଇଜ୍ ହୋଇଛି। ଏହି ସିରିଜର ପ୍ରତ୍ୟେକ ଚଳଚ୍ଚିତ୍ର ଆସିବା ମାତ୍ରେ ପରଦାକୁ ହଇଚଇ ସୃଷ୍ଟି କରିଥାଏ। ଏହି ଫିଲ୍ମରେ ଅକ୍ଷୟ କୁମାର, ଜନ୍, ଅଭିଷେକ, ବବି ଏବଂ ରିତିଶ ଦେଶମୁଖ ଦେଖିବାକୁ ମିଳିବେ।

ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ମଧ୍ୟ ଆରମ୍ଭ ହୋଇଛି। ସାଜିଦ୍ ନାଦିଆଦିୱାଲାଙ୍କ ହାଉସଫୁଲ୍ ଫ୍ରାଞ୍ଚାଇଜ୍ ଅକ୍ଷୟ କୁମାରଙ୍କ ଷ୍ଟାର୍ କମେଡି ପାଇଁ ମଧ୍ୟ ଜଣାଶୁଣା। ଏଗୁଡ଼ିକ ହେଉଛି ହିନ୍ଦୀ ସିନେମା ଫ୍ରାଞ୍ଚାଇଜ୍ ର ଚଳଚ୍ଚିତ୍ର। ଯେଉଁଥିରେ ହିଟ୍ ହେବାର ସମସ୍ତ ସମ୍ଭାବନା ଥାଏ । ସାଜିଦ ନାଦିଆଦିୱାଲା ହାଉସଫୁଲର ଏହି ପଞ୍ଚମ ସିରିଜର କିସ୍ତି ପାଇଁ ପ୍ରସ୍ତୁତ ହୋଇଛନ୍ତି। ଫିଲ୍ମର ଟାଇଟଲ୍ ହେଉଛି ହାଉସଫୁଲ୍ -୫।
ସୂତ୍ର ଅନୁଯାୟୀ ଏହା ଫ୍ରାଞ୍ଚାଇଜ୍ ର ସବୁଠୁ ବଡ ଫିଲ୍ମ ହେବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଫିଲ୍ମକୁ ହଲକୁ ଆସିବ ବୋଲି କୁହାଯାଉଛି। ସାଜିଦ ୨୬ ନଭେମ୍ବର ୨୦୧୯ରେ ହାଉସଫୁଲ୍ ୪ ରିଲିଜ୍ ପରେ ହାଉସ୍ଫୁଲ୍ ୫ ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ନିର୍ମାତାମାନେ ଏହା ଉପରେ ଶୀଘ୍ର କାମ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ଅକ୍ଷୟଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।