କାମାକ୍ଷାନଗର: ହାଇୱା-ଟ୍ରକ ମୁହାଁମୁହିଁ ଧକ୍କା । କାମାକ୍ଷାନଗର ଥାନା ଆଳତୁମା ରାମିଆଳ ବ୍ରିଜ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । କାମାକ୍ଷାନଗର ପଟୁ ଏକ କ୍ରୋମାଇଟ ବୋଝେଇ ଟ୍ରକ ଯାଉଥିବା ବେଳେ ବିପରୀତ ଦିଗ ତାଳଚେର ଆଡୁ ଏକ ପାଉଁଶ ବୋଝେଇ ହାଇୱା ଆସୁଥିବା ବେଳେ ଆଳତୁମା ଠାରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲେ । ୪ ଘଣ୍ଟା ପରେ ଚାଳକ ଦ୍ୱୟଙ୍କୁ ଉଦ୍ଧାର କରାଯାିଥିଲା । ଦୁଇ ଚାଳକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
Views: 101











