The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ସ୍ୱର୍ଣ୍ଣ ପଦକ ବିଜେତା ୟସ୍ତିକା ଆଚାର୍ଯ୍ୟଙ୍କ ଚାଲିଗଲା ଜୀବନ, ଶକ୍ତି ଉତ୍ତୋଳନ ବେଳେ ବେକରେ ପଡିଲା ୨୭୦ କେଜିର ରଡ

Facebook
Twitter
LinkedIn

ନୂଆଦିଲ୍ଲୀ : ରାଜସ୍ଥାନର ବିକାନେରରୁ ହୃଦୟ ବିଦାରଖ ଘଟଣା ସାମ୍ନାକୁ ଆସିଛି । ମହିଳା ଶକ୍ତି ଉତ୍ତୋଳନରେ ନ୍ୟାସନାଲ ଚାମ୍ପିଅନ୍ ୧୭ ବର୍ଷୀୟା ୟସ୍ତିକା ଆଚାର୍ୟ୍ୟଙ୍କ ଜିମ୍ରେ ଅଭ୍ୟାସ କରୁଥିବା ସମୟରେ ମୃତ୍ୟୁ ଘଟିଛି । ଟ୍ରେନିଂ ସମୟରେ ୨୭୦ କିଲୋଗ୍ରାମର ଏକ ରଡ୍ ୟସ୍ତିକାଙ୍କ ବେକ ଉପରେ ପଡ଼ିଥିଲା, ଫଳରେ ତାଙ୍କ ବେକ ଭାଙ୍ଗି ଯାଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ଜିମ୍ ଭିଡିଓ ମୁତାବକ, ସନ୍ଧ୍ୟାରେ ୟସ୍ତିକା ଜିମରେ ଶକ୍ତି ଉତ୍ତୋଳନ କରୁଛନ୍ତି । ୟସ୍ତିକାଙ୍କ ପ୍ରଶିକ୍ଷକ ତାଙ୍କ ପଛରେ ଠିଆ ହୋଇଛନ୍ତି । ଆଉ ଓଜନ ଉଠାଇବା ସମୟରେ ସେ ହଠାତ୍ ଭାରସାମ୍ୟ ହରାଇ ବସିଥିଲେ ଏବଂ ରଡ୍ ତାଙ୍କ ବେକ ଉପରେ ପଡିଯାଇଥିଲା । ଫଳରେ ସେ ଅଚେତ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ , ଭକ୍ତ ରହିଛନ୍ତି ଅପେକ୍ଷାରେ

ଝୁଲି ଝୁଲି ଆସିଲେ କାଳିଆ ସାଆନ୍ତ , ଭକ୍ତ ରହିଛନ୍ତି ଅପେକ୍ଷାରେ

ପୁରୀ : କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି । ଘଣ୍ଟଘଣ୍ଟା, ହରିବୋଲରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । କାଳିଆ ସାଆନ୍ତଙ୍କୁ ଦେଖି ଭକ୍ତ ଖୁସିରେ...

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟରେ ସାମିଲ ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ୱର : ରଥଯାତ୍ରା ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି...

ADVERTISEMENT
ଆରମ୍ଭ ହେଲା ପହଣ୍ଡି ; ପ୍ରଭୁ ସୁଦର୍ଶନ , ବଡ ଠାକୁର ବଳଭଦ୍ରଙ୍କ ପରେ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ

ଆରମ୍ଭ ହେଲା ପହଣ୍ଡି ; ପ୍ରଭୁ ସୁଦର୍ଶନ , ବଡ ଠାକୁର ବଳଭଦ୍ରଙ୍କ ପରେ ମା ସୁଭଦ୍ରାଙ୍କ ପହଣ୍ଡି ବିଜେ

ପୁରୀ ; ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଯାଇଛି । ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ ଶ୍ରୀଜୀଉ। ପୁରୀରେ ଏବେ ନୀତିକାନ୍ତି ପରେ ଆରମ୍ଭ ହୋଇଛି...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସମୀକ୍ଷା ବୈଠକରେ ଯୋଗ ଦେବେ

ପବିତ୍ର ରଥଯାତ୍ରା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ପୁରୀ : ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ସାରା ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ...

Login