ମୁମ୍ବାଇ : ପୌରାଣିକ କଥାବସ୍ତୁ ବା ଐତିହାସିକ ଘଟଣାବଳୀକୁ ନେଇ ଆଧାରିତ ଫିଲ୍ମ ‘କେଶରୀ ବୀର’ । ଇତିହାସରେ ଲିପିବଦ୍ଧ ହୋଇ ରହିଥିବା ଘଟଣାବଳୀ ଯାହା ଲୋକଲୋଚନକୁ ଆସିପାରିନାହିଁ ତାକୁ ବଡ ପରଦାରେ ଦର୍ଶାଇବା ହେଉଛି ଏବେ ବଡ ବଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମୂଳ ଲକ୍ଷ । ନିକଟରେ ଛାୱା ଫିଲ୍ମ ରିଲିଜ ହୋଇ ଖୁବ ଭଲ ବ୍ୟବସାୟ ମଧ୍ୟ କରିଛି । ଏମିତି ଆଉ ଏକ ଫିଲ୍ମ ବଡ ପରଦାକୁ ଖୁବ ଶୀଘ୍ର ଆସିବାକୁ ଯାଉଛି । ଯାହାର ନାଁ ରହିଛି ‘କେଶରୀ ବୀର’ । ଫିଲ୍ମଟି ବଡ ପରଦାରେ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି। କେଶରୀ ବୀର’ କାହାଣୀ ହମୀରଜୀ ଗୋହିଲଙ୍କ ଜୀବନ ଉପରେ ଆଧାରିତ । ଯିଏ ତୁଗଲକଙ୍କ ସାମ୍ରାଜ୍ୟ ବିରୁଦ୍ଧରେ ନିଜ ସଂଗ୍ରାମ ଜାରି ରଖିଥିଲେ । ସୋମନାଥ ମନ୍ଦୀର ଉପରେ ତୁଗଲକ ଶାସକଙ୍କ ନଜର ଥିବା ବେଳେ ହିନ୍ଦୁ ଭାବନା ଓ ମନ୍ଦୀରର ରକ୍ଷା କରିବାପାଇଁ ନିଜର ସର୍ବସ୍ବ ତ୍ୟାଗ କରିଵାକୁ ଆଗକୁ ଆସିଥିଲେ ହମୀରଜୀ ଗୋହିଲ । ଏହି କାହାଣୀକୁ ବଡ ପରଦାକୁ ନେଇ ଆସୁଛନ୍ତି ନିର୍ଦ୍ଦେଶକ ପ୍ରିନ୍ସ ଧୀମନ । କିଛି ଦିନ ପୁର୍ବରୁ ଏହାର ଏକ ଟ୍ରେଲର ରିଲିଜ ହୋଇ ଖୁବ ଚର୍ଚ୍ଚା ସାଉଁଟୁଥିଲା ।
ଏହି ଦିନ ରିଲିଜ ହେବ ଐତିହାସିକ ଓ ପୈାରାଣିକ ଉପରେ ଆଧାରିତ ଫିଲ୍ମ “କେଶରୀ ବୀର”
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











