ଖୋର୍ଦ୍ଧା : ବିଚ ରାସ୍ତାରେ ଯୁବକଙ୍କୁ ହାଣି ହତ୍ୟା । ଟାଉନ ଥାନା ଅଞ୍ଚଳ ବଜାରରେ ନିର୍ମମ ହତ୍ୟା । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ। ସୂଚନା ଅନୁଯାୟୀ, ଯୁବକଜଣକ ଏକ ଗ୍ୟାରେଜରେ କାମ କରୁଥିଲେ। ସେଠାରେ କିଛି ଦୁର୍ବୃତ୍ତ ଆସି ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୋଡ଼ାସାହିର କିଛି ଲୋକ ଖଣ୍ଡାରେ ହାଣିଥିବା କୁହାଯାଉଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ତାର ପ୍ରାଣହାନି ଘଟିଥିଲା। ହତ୍ୟାକାଣ୍ଡର କାରଣ ଜଣାପଡ଼ିନି। ଘଟଣା ସ୍ଥଳରେ ଖୋର୍ଦ୍ଧା ପୁଲିସ ତଦନ୍ତ ଆରମ୍ଭ କରିଛି।
Views: 72











