ସୁବର୍ଣ୍ଣପୁର :ଟ୍ରକ ଧକ୍କାରେ ୬ ଶ୍ରମିକ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଜାମଛାପର ଗାଁ ନିକଟରେ ଚାଲିଚାଲି ଫେରୁଥିବା ୬ ଶ୍ରମିକଙ୍କୁ ଧକ୍କା ଦେଇଥିଲା ଟ୍ରକ । ଧକ୍କା ଦେବା ପରେ ଡ୍ରାଇଭର ଫେରାର । ୬ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇ ପ୍ରଥମେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତ ହୋଇଥିଲେ । କିନ୍ତୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଁଚି ଅଧିକ ତଦନ୍ତ ଜାରି ରଖିଛି ।
Views: 63











