The Ultimate Managed Hosting Platform
ADVERTISEMENT

ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା ସୈତାନ ସ୍ୱାମୀ !

Facebook
Twitter
LinkedIn

ହାଇଦ୍ରାବାଦ : ସ୍ତ୍ରୀକୁ ମାରି କୁକରରେ ରାନ୍ଧିଲା ସୈତାନ ସ୍ୱାମୀ । ମୀରପେଟ ଥାନା ଅଞ୍ଚଳରେ ପୂର୍ବତନ ସେନା କର୍ମଚାରୀଙ୍କ ବୀଭତ୍ସ କାଣ୍ଡ । ବଚସାରୁ ସ୍ତ୍ରୀକୁ ମାରି ଖଣ୍ଡ ଖଣ୍ଡ କରି କୁକରରେ ରାନ୍ଧିଲା । ଶରୀରର ଅବଶିଷ୍ଟ ଅଂଶକୁ ଚନ୍ଦନ ହ୍ରଦରେ ଫିଙ୍ଗିଥିଲା । ଜାନୁଆରୀ ୧୮ରୁ ମହିଳା ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏବେ ଜଣେ ସୁରକ୍ଷାକର୍ମୀ ଥିବା ଏହି ଅଭିଯୁକ୍ତ ପୂର୍ବରୁ ସେନାରେ କାମ କରି ସାରିଛନ୍ତି। ତାଙ୍କ ପତ୍ନୀଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ସେ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣକ କିଛି ଦିନ ପର୍ୟ୍ୟନ୍ତ ନମିଳିବାରୁ ତାଙ୍କ ବାପାମାଆ ଗତ କିଛି ସପ୍ତାହ ତଳେ ପୁଲିସ୍ରେ ଏକ ନିଖୋଜ ରିପୋର୍ଟ ଦାଖଲ କରାଇଥିଲେ। ଏବେ ଜଣାପଡ଼ିଛି ଯେ ମହିଳା ଜଣକ ନିଖୋଜ ନଥିଲେ ବରଂ ତାଙ୍କ ନିଜ ସ୍ବାମୀ ହିଁ ତାଙ୍କର ନିର୍ମମ ହତ୍ୟା କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରି ବୁଧବାର ଦିନ ପ୍ରମୃତ ମାମଲା କ’ଣ ଜାଣିପାରିଛି। ପୁଲିସ୍ ଏବେ ଅଭିଯୁକ୍ତ ସ୍ବାମୀକୁ ହେପାଜତରେ ନେଇ ତଦନ୍ତ ଚଳାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login