ମୁମ୍ବାଇ : ପରଲୋକରେ ବଲିଉଡର ଫେମସ ସିଙ୍ଗର ଜୁବିନ ଗର୍ଗ । ୫୨ ବର୍ଷ ବୟସରେ ସେ ଏ ଦୁନିଆରୁ ବିଦାୟ ନେଇଛନ୍ତି । ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଫ୍ୟାନ୍ସଙ୍କୁ ମର୍ମାହତ କରିଦେଇଛି । ଏଥି ସହିତ ଆସାମର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ଜଳସେଚନ ମନ୍ତ୍ରୀ ଅଶୋକ ସିଂଘଲ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ମନ୍ତ୍ରୀ ଅଶୋକ ତାଙ୍କ ସୋସିଆଲ ମିଡିଆ ପେଜରେ ଭାବପ୍ରବଣ ବାର୍ତ୍ତା ସେୟାର କରିଛନ୍ତି ।ଯଦି ସିଙ୍ଗରଙ୍କ କ୍ୟାରିୟର କଥା କୁହାଯାଏ ତେବେ ସେ ମେଘାଳୟରେ ଜନ୍ମ ହୋଇଥିଲେ । ସେ ୨୦୦୬ରେ ’’ଗ୍ୟାଙ୍ଗଷ୍ଟାର’’ ଫିଲ୍ମର ’’ୟା ଅଲି’’ ଗୀତ ଗାଇଥିଲେ । ଯାହା ପରେ ତାଙ୍କୁ ପ୍ରସିଦ୍ଧ କରିଥିଲା । ଏହା ଛଡ଼ା ଆଗାମୀ ବର୍ଷଗୁଡିକରେ ତାଙ୍କର ଅନେକ ଗୀତ ହିଟ୍ ହୋଇଥିଲା । ଏତିକି ନୁହେଁ ବରଂ ସେ ଆସାମୀ, ବଙ୍ଗଳାରେ ମଧ୍ୟ ଗୀତ ଗାଇ ଖୁବ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇପାରିଥିଲେ ।
Views: 91










