କୋଲକାତା: ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ । ପଶ୍ଚିମବଙ୍ଗ ବିଧାନସଭାର ଏକ ସ୍ୱତନ୍ତ୍ର ଦୁଇ ଦିନିଆ ଅଧିବେଶନ ସେପ୍ଟେମ୍ବର ୨ (ସୋମବାର)ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ପାଇଁ ମୃତ୍ୟୁଦଣ୍ଡ ପ୍ରସ୍ତାବ ପାରିତ ହେବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୁଧବାର (ଅଗଷ୍ଟ ୨୮) ରେ ରାଜ୍ୟ କମିଟିର ଏକ ବୈଠକରେ ଏହି ସ୍ୱତନ୍ତ୍ର ଅଧିବେଶନ ଆୟୋଜନ ପ୍ରସ୍ତାବ ସଂପର୍କରେ ଉଠାଇଥିଲେ। ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ଆଗତ ହେବ ଦୁଷ୍କର୍ମ ବିରୋଧୀ ବିଲ୍। ଏହି ବିଲ୍ରେ ଅଭିଯୁକ୍ତଙ୍କୁ ୧୦ ଦିନ ମଧ୍ୟରେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିବ। ମମତା ସରକାରଙ୍କ ପ୍ରସ୍ତାବିତ ଆଇନକୁ ନେଇ ବିତର୍କ ବଢ଼ିବାରେ ଲାଗିଛି।
Views: 76











