ଭୁବନେଶ୍ୱର : ଲଘୁଚାପ ଆଣିବ ବଡ ବର୍ଷା । ୫ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହାର ପ୍ରଭାବରେ ୪ ତାରିଖରୁ ବଢିବ ବର୍ଷାର ପରିମାଣ । ପଶ୍ଚିମକେନ୍ଦ୍ରୀୟ ଓ ଉତ୍ତପ ପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଦକ୍ଷିଣରୁ ଉପକୂଳ ଓଡିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୮ ତାରିଖ ଯାଏ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ମାଲକାନଗିରି , କେନ୍ଦୁଝର, ରାୟଗଡା ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ମୈାସୁମୀ ରୁତୁରେ ରାଜ୍ୟରେ ଜୁନ୍ ୧ରୁ ଏଯାବତ ୮୨୪.୯ ମିମି ବର୍ଷା ରେକର୍ଡ ହୋଇଛି ।
Views: 67











