ଭୁବନେଶ୍ୱର : ସୁଟିଂ ସେଟରେ ଅଘଟଣ, ଷ୍ଟଣ୍ଟ ସିନ୍ ସମୟରେ ଆହାତ ହେଲେ ହିରୋ ଶ୍ରେୟାନ ଓ ହିରୋଇନ୍ ଭୂମିକା । ନୂଆ ଓଡ଼ିଆ ଫିଲ୍ମର ନାଁ ହେଉଛି ‘ଅପରେସନ ୧୨/୧୭’ା ଏହାର ସୁଟିଂ ଗତକାଲି କଟକ ଆଠଗଡ ଅଞ୍ଚଳରେ ଚାଲିଥିବା ବେଳେ ଘଟିଲା ଗୋଟେ ବଡ଼ ଅଘଟଣ । ଫିଲ୍ମର ମୁଖ୍ୟ ନାୟକ ଶ୍ରେୟାନ ଓ ନାୟିକା ଭୂମିକା ଦାଶ ଅଳ୍ପକେରେ ବର୍ତ୍ତିଗଲେ । ନହେଲେ ଜୀବନ ଚାଲି ଯାଇଥାନ୍ତା । ଏଥିଯୋଗୁଁ ବେଶ୍ କିଛି ସମୟ ପାଇଁ ସୁଟିଂ ବନ୍ଦ କରିବାକୁ ପଡିଥିଲା । ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ର ‘ଅପରେସନ ୧୨/୧୭’ ର ଏକ ଷ୍ଟଣ୍ଟ ସିନ ସୁଟିଂ କାଠଯୋଡି ପାଣି ଭିତରେ ଚାଲିଥିଲା । ଏତିକି ବେଳେ ହଠାତ୍ ନାୟକ ଶ୍ରେୟାନ ନଦୀର ପ୍ରଖର ଶ୍ରୋତରେ ଭାସି ଯାଇଥିଲେ । ହେଲେ ଠିକ୍ ସମୟରେ ଫିଲ୍ମ ୟୁନିଟ୍ର ଅନ୍ୟ ସଦସ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଙ୍କ ସହାୟତାରେ ଆଶୁ ଚିକିତ୍ସା କରାଯାଇଥିଲା ଏବଂ ସେ ସୁସ୍ଥ ହୋଇଥିଲେ । ଶ୍ରେୟାନ ଭଲ ଭାବରେ ପହଁରିବା ଶିଖିଥିଲେ ମଧ୍ୟ ପାଣିର ପ୍ରଖର ସ୍ରୋତ ତାଙ୍କୁ କିଛି ବାଟ ଟାଣି ନେଇଥିଲା । ଘଟଣା ପରେ ସେ ଡରି ନଯାଇ ପୁଣି ସେଟକୁ ଫେରି ସୁଟିଂ ଆରମ୍ଭ କରିଥିଲେ । ସେହିପରି ନାୟିକା ଭୂମିକା ମଧ୍ୟ ସେଟ୍୍ରେ ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇଥିଲେ । ଯେଉଁଥିରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା କିନ୍ତୁ ସେ ମଧ୍ୟ ଚିକିତ୍ସା ପରେ ସେଟକୁ ଫେରି ପୁଣି ସୁଟିଂ ଆରମ୍ଭ କରିଥିଲେ ।
ସୁଟିଂ ସେଟରେ ଅଘଟଣ, ଷ୍ଟଣ୍ଟ ସିନ୍ ସମୟରେ ଆହାତ ହେଲେ ହିରୋ ଶ୍ରେୟାନ ଓ ହିରୋଇନ୍ ଭୂମିକା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











