The Ultimate Managed Hosting Platform
ADVERTISEMENT

ସିଭିଲ ଡିଫେନ୍ସରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Facebook
Twitter
LinkedIn

ଭୁବନେଶ୍ୱର : ଦେଶର ସୁରକ୍ଷା ଓ ସେବା ଆମର କର୍ତ୍ତବ୍ୟ । ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ । ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ ସମାଜ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ କରିଛନ୍ତି । ସେବା ଓ ଜାତୀୟତାର ମନୋଭାବକୁ ଆହୁରି ଦୃଢ଼ କରିବା ଉପରେ ସେ ଜୋର ଦେଇଛନ୍ତି । ଇଚ୍ଛୁକ ସ୍ୱେଚ୍ଛାସେବୀମାନେ ଜିଲ୍ଲା ସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ । ଜିଲ୍ଲାପାଳ ହେଉଛନ୍ତି ଜିଲ୍ଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ । ଏହି ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷିତ କରାଯିବ ।ଆମ ରାଜ୍ୟର ୧୨ଟି ସ୍ଥାନରେ ସିଭିଲ୍ ଡିଫେନ୍ସ ସଙ୍ଗଠନ କାର୍ୟ୍ୟ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login