ନୂଆଦିଲ୍ଲୀ : ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି ହୋଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ ୱେବସାଇଟ ପରୀକ୍ଷା ସଙ୍ଗମ ପୋର୍ଟାଲରେ ଆଡମିଟ କାର୍ଡ ଜାରି ହୋଇଛି । କିନ୍ତୁ ଛାତ୍ରଛାତ୍ରୀ ସିଧାସଳଖ ଭାବେ ଏହାକୁ ଡାଉନଲୋଡ କରିପାରିବେ ନାହିଁ । ସିବିଏସଇର ଅଫିସିଆଲ ୱେବସାଇଟ୍ https://parikshasangam.cbse.gov.in/ps/frmSchoolରେ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପାଇଁ ହଲ୍ ଟିକେଟ ଜାରି ହୋଇଛି । କିନ୍ତୁ ଛାତ୍ରଛାତ୍ରୀ ଏହାକୁ ସିଧାସଳଖ ଡାଉନଲୋଡ କରିପାରିବେ ନାହିଁ । କେବଳ ସ୍କୁଲର ପ୍ରିନ୍ସିପାଲ ଏବଂ ସ୍କୁଲର ମୁଖ୍ୟ ଆଡମିଟ୍ କାର୍ଡକୁ ଡାଉନଲୋଡ କରିପାରିବେ ।
Views: 33