The Ultimate Managed Hosting Platform
ADVERTISEMENT

ସିଆରପିଏଫ ବସ ଦୁର୍ଘଟଣା : ୩ ଯବାନଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଉଧମପୁରରେ ସିଆରପିଏଫ ବସ ଦୁର୍ଘଟଣାଗ୍ରସ୍ତ । ୩ ଜଣ ଯବାନଙ୍କର ଚାଲିଗଲା ଜୀବନ । ୧୫ ଜଣ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପହଁଚି ପୋଲିସର ଉଦ୍ଧାର କାର୍ଯ୍ୟ । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସିଆରପିଏଫର ୧୮୭ ବାଟାଲିୟନର ଗାଡି ୧୮ ଜଣ ଯବାନଙ୍କୁ ନେଇ ଜମ୍ମୁ ଓ କଶ୍ମୀରର ଉଧମପୁର ଜିଲ୍ଲାର କଡୱାରୁ ବସନ୍ତଗଡ଼ ଯାଉଥିଲା । କାଣ୍ଡଭା ନିକଟରେ ଆଜି ସକାଳ ପ୍ରାୟ ୧୦.୩୦ରେ ଘାଟିରେ ତଳକୁ ଖସି ପଡିଥିଲା ଗାଡ଼ି । ସୂଚନା ଅନୁସାରେ,ଘଟଣାସ୍ଥଳକୁ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି । ଗାଡ଼ିଟି ଘାଇରେ କେମିତି ଖସିଲା ତାହାର କାରଣ ଏପର୍ୟ୍ୟନ୍ତ ସାମ୍ନାକୁ ଆସିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login