କେନ୍ଦୁଝର: ସାମାନ୍ୟ ବଚସାରୁ ନିଶାସକ୍ତ ଅବସ୍ଥାରେ ତଣ୍ଟିଚିପି ହତ୍ୟା । ଟାଉନ ଥାନା କାଶୀପୁର ମୁଣ୍ଡା ସାହିରେ ଯୁବକଙ୍କୁ ତଣ୍ଟି ଚିପି ମାରି ଦେଇଥିବା ଅଭିଯୋଗ । ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗତକାଲି ରାତିରେ ମଦ୍ୟପାନ କରି କିଛି ଲୋକ ନିଜ ନିଜ ଭିତରେ ବଚସା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜଣଙ୍କୁ ସଂଘବଦ୍ଧ ଭାବେ ତଣ୍ଟି ଚିପି ମାରିଦେଇଥିବା ଅଭିଯୋଗ ହୋଇଛି । ମାରିବା ପରେ ମଦ୍ୟପ ମାନେ ସାହି ରାସ୍ତାରେ ଫୋପାଡି ଚାଲି ଯାଇଥିଲେ । ମୃତକ ଜଣକ ହେଲେ କାଶୀପୁର ମୁଣ୍ଡା ସାହିର ଅକ୍ଷୟ ନାଏକ । ଘଟଣାସ୍ଥଳରେ ପୋଲିସ ପହଁଚି ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Views: 61