ବ୍ରହ୍ମପୁର : ସାପ କାମୁଡାରେ ଅଜା-ନାତି ମୃତ । ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତ ଅଜାନାତି ଶେରଗଡ ଶବରପଲ୍ଲୀର ହୋଇଥିବା ସୂଚନା । ମୃତକ ହେଲେ ଅଜା ପଞ୍ଚାନନ ନାୟକ ଓ ନାତି ୯ ବର୍ଷିୟ ରୋହନ ପାଇକ । ଗତକାଲି ରାତିରେ ଅଜା ନାତି ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଉଭୟ ଗୁରୁତର ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା କରାଯାଥିଲା । ପରେ ଏମକେସିଜ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି ।
Views: 68











