The Ultimate Managed Hosting Platform
ADVERTISEMENT

ହାଇଦ୍ରାବାଦରେ ଓଡିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ !

Facebook
Twitter
LinkedIn

ହାଇଦ୍ରାବାଦ : ହାଇଦ୍ରାବାଦର କୋମପାଲିରେ ଓଡିଆ ଶିକ୍ଷୟତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ୱାମୀ ଓଡିଶା ଆସିଥିବା ବେଳେ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ । ପେଟବଶିରାବାଦରେ ଶିକ୍ଷୟତ୍ରୀ ଭାବେ କାମ କରୁଥିଲେ ମୃତ ମହିଳା । ଖୋର୍ଦ୍ଧା ବାଣପୁର ଅଞ୍ଚଳରେ ବିବାହ କରିଥିଲେ ଭରତପୁର ଅଞ୍ଚଳର ଏହି ମହିଳା । ଗତ ୬ ମାସ ତଳେ ହାଇଦ୍ରାବାଦ ଯାଇ ସ୍ୱାମୀ ପାଖରେ ରହୁଥିଲେ ମହିଳା । ଗତ ୧୧ ତାରିଖରେ ତାଙ୍କ ସ୍ବାମୀ ପୁଅକୁ ଧରି ଓଡ଼ିଶା ଆସିଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଶିକ୍ଷୟିତ୍ରୀଙ୍କ ଘର ଭିତରେ ପଶି ଖଟତଳେ ଲୁଚି ରହିଥିଲା । ମହିଳା ଜଣକ ରୁମକୁ ଆସିବା ପରେ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ହୋଇଛି। ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛି ଅଭିଯୁକ୍ତ । ଅଭିଯୁକ୍ତ ସିସିଟିଭି ଫୁଟେଜରେ କଏଦ ହୋଇଛି ଅଭିଯୁକ୍ତର ଚିତ୍ର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login