ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସହ ସାରା ରାଜ୍ୟରେ ପ୍ରବଳ ଖରା । ଦିନ ସାଢେ ୧୧ ଟାରେ ଭୁବନେଶ୍ୱର ତାପମାତ୍ରା ୩୯.୮ । ଭୁବନେଶ୍ୱର ଏବେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । କେନ୍ଦୁଝର ୩୯.୨ ଡିଗ୍ରୀ, ବାଲେଶ୍ୱର ୩୮ଡିଗ୍ରୀ,ଝାରସୁଗୁଡା ୩୮ ଡିଗ୍ରୀ ,ରାଉରକେଲା ୩୭.୮ ଡିଗ୍ରୀ, ଚାନ୍ଦବାଲି ୩୭.୪ ଡିଗ୍ରୀ, ସମ୍ବଲପୁର ୩୭.୪ ଡିଗ୍ରୀ, ହୀରାକୁଦ ୩୬.୬ ଡିଗ୍ରୀ, ପୁରୀ ୩୨.୪ ଡିଗ୍ରୀ, ପାରାଦୀପ ୩୨ ଡିଗ୍ରୀ ଓ ଗୋପାଳପୁର ୩୧.୮ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ଏଭଳି ସ୍ଥିତି ଆହୁରି ୨ ରୁ ୩ ଦିନ ଲାଗି ରହିବ। ସମ୍ଭାବ୍ୟ ସ୍ଥିତିକୁ ଦେଖି ୬ ତାରିଖ ଯାଏଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। ତେବେ ୨ ଦିନ ପରେ ଅର୍ଥାତ ୭ ତାରିଖ ବେଳକୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
Views: 100











