ବାରିପଦା : କୁଡୁମୀ ନେତା ଛୋଟଲାଲ ମହାନ୍ତ ଭାରତୀୟ ଜନତା ପାର୍ଟିରୁ ଦେଲେ ଇସ୍ତଫା । ଏନେଇ ଶୁକ୍ରବାର ବାରିପଦାର ମଧୁବନ ସ୍ଥିତ ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ଓଡିଶାର ବରିଷ୍ଠ ବିଜେପି ନେତା ଛୋଟଲାଲ ଗତ ୩୮ବର୍ଷ ଧରି ବିଜେପି ଦଳର ଜଣେ ସଭ୍ୟ ଭାବେ କାର୍ୟ୍ୟ କରି ଆସୁଥିବା ବେଳେ ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ ରାଜ୍ୟବ୍ୟାପି ପ୍ରୟାସ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ଦଳର ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ପ୍ରଚାରକ ଭାବେ ୧୯୮୦ମସିହାରେ ନିଜର ସାଙ୍ଗଠନିକ କାର୍ୟ୍ୟ ଆରମ୍ଭ କରିଥିଲେ। ବିଜେପି ଦଳର ବିଭିନ୍ନ ରାଜ୍ୟ ଓ ଜିଲ୍ଲା ସାଙ୍ଗଠନିକ ଦାୟିତ୍ବ ନିର୍ବାହ କରୁଥିବା ବେଳେ ବର୍ତ୍ତମାନ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଭାବେ ଛୋଟଲାଲ ଦାୟିତ୍ୱରେ ରହିଥିଲେ।
Views: 102











