ଉଦଳା : ସାଙ୍ଗକୁ ହାଣି ବିଲରେ ଫୋପାଡି ଦେଲା ସାଙ୍ଗ । ଉଦଳା ଥାନା ରାଢୋଗାଁରୁ ଗୁରୁତର ଯୁବକ ଉଦ୍ଧାର । ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲ ସ୍ଥାନାନ୍ତର । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର । ପୋଲିସର ଛାନଭିନ । ଗାଁର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟା ସମୟରେ ଘର ପାଖରେ ବସିଥିବା ବେଳେ ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ନିଜ ଘରକୁ ଡାକି ନେଇଥିଲେ । ବାଟରେ ଯାଉଥିବା ବେଳେ ହଠାତ ଵିଲ ହିଡ଼ ନିକଟରେ ଯତୀନ୍ଦ୍ରଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ସଇତାନ ସାଙ୍ଗ । ବେକକୁ ହାଣିବା ପରେ ଯତୀନ୍ଦ୍ରଙ୍କୁ ବିଲରେ ଫୋପାଡ଼ି ଦେଇଥିଲା । ଯତୀନ୍ଦ୍ର ଵିଲ ଭିତରେ ପଡ଼ି ଚିତ୍କାର କରୁଥିବା ଶୁଣି କିଛି ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କୁ ଦେଖି ଦୁର୍ବୃତ୍ତ ସାଙ୍ଗ ଘଟଣାସ୍ଥଳରୁ ଫେରାର ମାରିଛି । ବିଲରୁ ଯତୀନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Views: 126











