The Ultimate Managed Hosting Platform
ADVERTISEMENT

ଦିଲ୍ଲୀରୁ ଫେରିଲେ ମନମୋହନ, କହିଲେ ଖୁବଶୀଘ୍ର ଦଳର ନୂଆ ସାଂଗଠନିକ କମିଟି ହେବ

Facebook
Twitter
LinkedIn

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମନମୋହନଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି , ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଲୋଚନା ହୋଇ ନାହିଁ । ଦଳର ବିଭିନ୍ନ ସାଂଗଠନିକ ବିଷୟରେ କଥାବାର୍ତ୍ତା ହୋଇଛି । ଖୁବଶୀଘ୍ର ଦଳର ନୂଆ ସାଂଗଠନିକ କମିଟି ହେବ । କମିଟିରେ ନୂଆ ଓ ପୁରୁଣା ସଦସ୍ୟ ସ୍ଥାନ ପାଇବେ । ଆଜି ବି ବୈଠକ ଅଛି ସାଂଗଠନିକ ବିଷୟରେ ଆଲୋଚନା ହେବ । ଦିଲ୍ଲୀରେ ମନମୋହନ ସାମଲ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି କଥା ହୋଇଥିଲା । ଏହାସହ ଦଳର ରାଷ୍ଟ୍ରୀୟ ସମ୍ପାଦକ ବି ଏଲ ସନ୍ତୋଷଙ୍କୁ ସାକ୍ଷାତ କରିଥିଲେ । ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର ହୋଇଥିଲା । ଏହାସହ ଖୁବଶୀଘ୍ର ନୂଆ ସାଙ୍ଗଠନିକ କମିଟି ହେବ। ନୂଆ କମିଟିରେ କିଛି ନୂଆ ଚେହେରା ଆସିପାରନ୍ତି ବୋଲି କହିଛନ୍ତି ମନମୋହନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login