ସମ୍ବଲପୁର : ସମ୍ବଲପୁର ସ୍ଥିତି ସମୀକ୍ଷା ପରେ ପୋଲିସ ଡିଜିଙ୍କ ପ୍ରତିକ୍ରିୟା । ଯେଉଁ ମାନେ ସମ୍ପୃକ୍ତ ଅଛନ୍ତି କଠୋର କାର୍ଯ୍ୟାନୁଷ୍ଟାନ ହେବ କହିଲେ । ସମ୍ବଲପୁରରେ କର୍ଫୁ୍ୟ ଲଗାଯାଇଛି , ପର୍ଯ୍ୟାପ୍ତ ଫୋର୍ସ ଅଛନ୍ତି । ଘଟଣାର ତଦନ୍ତ କରାଯାଉଛି , ଆଇନ ଅନୁସାରେ ଆକ୍ସନ ହେବ । ତଦନ୍ତରେ ଯାହାର ସମ୍ପୃକ୍ତି ଆସିବ , କଠୋର କାର୍ଯ୍ୟାନୁଷ୍ଠାନ ହେବ । ସମ୍ବଲପୁର ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଡିଜିପି । ଭୟଭୀତ ନ ହୋଇ ପ୍ରଶାସନର ନିଦେ୍ର୍ଦଶ କୁ ପାଳନ କରିବାକୁ ଡିଡିପିଙ୍କ ପରାମର୍ଶ । ଦିନେ ଦୁଇ ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ । ଆସନ୍ତାକାଲିର କିଛି ପରୀକ୍ଷା ନେଇ ପୋଲିସ ଡିଜିଙ୍କ ପ୍ରତିକ୍ରିୟା । ପିଲାଙ୍କୁ ଯେମିତି କିଛି ଅସୁବିଧା ନ ହେବ ସେ ନେଇ ଚିନ୍ତା କରୁଛୁ । ପରୀକ୍ଷାକୁ ଯିବା ଓ ଫେରିବା ବେଳେ କଟକଣା କୋହଳ ଚିନ୍ତା କରୁଛୁ ।
Views: 74