ନୂଆଦିଲ୍ଲୀ : ଭାରତ-ଆମେରିକା ସଂପର୍କକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ । ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ସ୍ୱତନ୍ତ୍ର କହିଲେ ଟ୍ରମ୍ପ । ମୁଁ ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । କିନ୍ତୁ ବର୍ତ୍ତମାନ ସେ ଯାହା କରୁଛନ୍ତି ତାକୁ ମୁଁ ପସନ୍ଦ କରୁନି । ରୁଷିଆ ଠାରୁ ଭାରତ ବହୁମାତ୍ରାରେ ତେଲ କିଣୁଛି, ଯାହାକି ନିରାଶଜନକ । କିନ୍ତୁ ଦୁଇ ଦେଶ ମଧ୍ୟରେ ସଂପର୍କ ଅତି ସ୍ୱତନ୍ତ୍ର । ସୂଚନାନୁଯାୟୀ, ଭାରତ-ଆମେରିକା ସମ୍ପର୍କ ଖୁବ୍ ସ୍ବତନ୍ତ୍ର ଏବଂ ବର୍ତ୍ତମାନ ଟାରିଫକୁ ନେଇ ଚାଲିଥିବା ଉତ୍ତେଜନା ସତ୍ତ୍ବେ ମୋଦି ଏବଂ ସେ ଭଲ ବନ୍ଧୁ ହୋଇ ରହିବେ ବୋଲି ଟ୍ରମ୍ପ ଓଭାଲ ଅଫିସରେ କହିଛନ୍ତି । ମୋଦିଙ୍କୁ ଖୁବ୍ ଭଲ ବୋଲି ମଧ୍ୟ ଟ୍ରମ୍ପ କହିଛନ୍ତି । କିନ୍ତୁ ମୋଦି ଯାହା କରୁଛନ୍ତି ସେସବୁ ତାଙ୍କୁ ପସନ୍ଦ ନୁହେଁ ବୋଲି କହିଛନ୍ତି । ଏହା ସହିତ ଚିନ୍ତା କରିବାର କାରଣ କିଛି ନାହିଁ ବୋଲି ଟ୍ରମ୍ପ କହିଛନ୍ତି । ଏପରି ଉତ୍ତେଜନା କେବେ କେବେ ହୋଇଥାଏ, ଯାହା ଖୁବ୍ ସ୍ବାଭାବିକ ।
ଏହା ବ୍ୟତୀତ ଟ୍ରମ୍ପ କହିଛନ୍ତି ଯେ, ଭାରତ ରୁଷରୁ ତୈଳ କିଣୁଥିବାରୁ ସେ ବହୁତ ନିରାଶ । ଯାହା ଫଳରେ ୫୦%ଟାରିଫ ଲାଗୁ କରାଯାଇଛି । କିନ୍ତୁ ମୋଦିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଛି । ଆହୁରି ମଧ୍ୟ କହିଛନ୍ତି ଯେ, କିଛି ମାସ ପୂର୍ବରୁ ମୋଦି ଏଠାକୁ ଆସିଥିଲେ । ଭାରତ ଏବଂ ଅନ୍ୟ ଦେଶମାନଙ୍କ ସହ କିପରି ବାଣିଜ୍ୟ ଚାଲିଛି ପଚାରିବାରୁ ଟ୍ରମ୍ପ ୟୁରୋପୀୟ ସଂଘ ପ୍ରତି ନିରାଶ ବୋଲି କହିଥିଲେ ।
ସବୁବେଳେ ମୋଦିଙ୍କ ବନ୍ଧୁ ହୋଇ ରହିବି-ଟ୍ରମ୍ପ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











