ଭୁବନେଶ୍ୱର : ଏମ୍ସରେ ଚିକିତ୍ସାଧୀନ ବଳଙ୍ଗା ପୀଡିତାଙ୍କ ହେବ ଏୟାରଲିଫ୍ଟ । ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀକୁ ଏୟାରଲିଫ୍ଟ ହେବେ ପୀଡିତା । କିଛି ଘଣ୍ଟା ମଧ୍ୟରେ ଦିଲ୍ଲୀ ଏମ୍ସକୁ ହେବେ ଏୟାରଲିଫ୍ଟ । ଡାକ୍ତରୀ ଟିମ ସହ ପୀଡିତାଙ୍କ ପରିବାର ଲୋକଙ୍କ ଆଲୋଚନା । ଦିଲ୍ଲୀ ଏମ୍ସ ସହ ଏୟାରଲିଫ୍ଟ ନେଇ ଯୋଗାଯୋଗ ସରିଛି । ଅକ୍ସିଜେନ ସର୍ପୋଟରେ ରଖାଯାଇଥିଲେ ମଧ୍ୟ ପୀଡ଼ିତା କଥାବାର୍ତ୍ତା କରୁଛନ୍ତି । ଏହାସହ ମାନସିକ ଓ ଶାରୀରିକ ସ୍ତରରେ ଆଘାତ ଲାଗିଛି । ତାଙ୍କୁ ଏୟାରଲିଫ୍ଟ କରିବା ସମ୍ଭବପର ନୁହେଁ ବୋଲି ଏମ୍ସ ନିର୍ଦ୍ଦେଶକ କହିଥିଲେ ବି ବର୍ତ୍ତମାନ ଏୟାରଲିଫ୍ଟ କରାଯିବାର ସୂଚନା ଆସୁଛି । ସେପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୮୦ ବିଏନଏସରେ ବୟାନ ରେକର୍ଡ କରାଯାଇଛି । ବଳଙ୍ଗା ପୀଡ଼ିତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଘଟଣାରେ ଆରମ୍ଭ ହୋଇଛି ତଦନ୍ତ। ଷଡ୍ୟନ୍ତ୍ର ଦିଗକୁ ତଦନ୍ତରେ ପ୍ରାଥମିକତା ଦିଆଯାଇଛି । କେଉଁଠୁ କିରୋସିନ ଆସିଲା ଅନୁଧ୍ୟାନ କରାଯାଉଛି, ସାଇବର ଏକ୍ସପର୍ଟମାନଙ୍କର ମଧ୍ୟ ସହଯୋଗ ନିଆଯାଇଛି । ଏପର୍ୟ୍ୟନ୍ତ କୌଣସି ସିସିଟିଭି ଫୁଟେଜ ମିଳିନାହିଁ କି କେହି ଅଟକ ନାହାନ୍ତି ।
ସବୁଠୁ ବଡ ଖବର : ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡିତା

Facebook
Twitter
LinkedIn
Facebook
Twitter
LinkedIn
Recent News
ଫିନାଇଲ ପିଇଦେଲେ ବାଳ ଅପରାଧୀ
ରାଉରକେଲା : ଫିନାଇଲ ପିଇ ବାଳ ଅପରାଧୀ ଗୁରୁତର ଅସୁସ୍ଥ । ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଗୁରୁତର ବାଳ ଅପରାଧୀ ଆରଜିଏଚରେ ଭର୍ତ୍ତି ହୋଇଛନ୍ତି । ବାଳ...
ଚୀନ ଉପରେ ଆମେରିକାର ୧୦୦% ଟାରିଫ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ ବୋମା । ଚୀନ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ ।...
ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩
ଲମତାପୁଟ : କାର ହିଟର ଲଗାଇ ଶୋଇଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ସମ୍ପୁର୍ଣ୍ଣ କାର । ଅଳ୍ପକେ ବର୍ତ୍ତିଲେ ୩ ଜଣ...
ପଦ୍ମ ଧରିବେ ଜୟ ଢୋଲକିଆ !
ଭୁବନେଶ୍ୱର : ଆଜି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ...