କଟକ(ଅମୂଲ୍ୟ କୁମାର ବାରିକ) : କଟକ ଜିଲ୍ଲା ସତ୍ୟଭାମାପୁର ମଧୁବାବୁଙ୍କ ଜନ୍ମ ପୀଠରେ ପହଞ୍ଚି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଏକ ଫଟୋଚିତ୍ର ଗ୍ୟାଲେରୀ ଉଦଘାଟନ କରିଥିଲେ । ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏପ୍ରିଲ ପହିଲାରୁ ଓଡ଼ିଆ ନବବର୍ଷ ପଣାସଂକ୍ରାନ୍ତି ପର୍ୟ୍ୟନ୍ତ ଓଡିଆ ପକ୍ଷ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ମଧୁବାବୁଙ୍କ ଜନ୍ମପୀଠକୁ ଓଡିଆ ଜାତୀୟତା ଭାବର ଏକ କେନ୍ଦ୍ର ସ୍ଥଳ ଭାବେ ବିକଶିତ କରାଯିବ ।ମଧୁସୂଦନ ଦାସଙ୍କ ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ୟ୍ୟକ୍ରମର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ୨୧ କୋଟି ଟଙ୍କି ଖର୍ଚ୍ଚ ହେବ ବୋଲି କହିଥିଲେ । ସ୍ୱତନ୍ତ୍ର ଓଡିଶା ପାଇଁ ବରପୁତ୍ର ମାନେ ଯେଉଁ ତ୍ୟାଗ କରିଯାଇଛନ୍ତି, ସେ ଋଣ ସୁଝି ହେବ ନାହିଁ; ତେବେ, ଏକ ସମୃଦ୍ଧ ଓଡିଶା ଗଠନ କରି ସେମାନଙ୍କ ସ୍ୱପ୍ନକୁ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁର ହେଉଛି ଆମ ପାଇଁ ଏକ ପବିତ୍ର ତୀର୍ଥ ସ୍ଥାନ ।ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ, ଆଜି ଦିନଟି ହେଉଛି ଓଡ଼ିଆ ଅସ୍ମିତାର ଦିବସ। ଓଡ଼ିଆ ସ୍ୱାଭିମାନର ଦିବସ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ଓଡ଼ିଶାବାସୀ ଯେଉଁ ପରିବର୍ତ୍ତନ ଆଣିଥିଲେ, ତାକୁ ସମ୍ମାନ ଦେଇ, ଆଜି ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ବିନ୍ଧାଣି ମଧୁବାବୁଙ୍କ ଗାଁ’ ମାଟିରେ ‘ଓଡ଼ିଶା ଦିବସ’ ପାଳନ କରୁଛୁ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳ ଗୌରବ ‘ମଧୁସୂଦନ ଦାସଙ୍କ ଜନ୍ମ ସ୍ଥାନର ସମନ୍ୱିତ ବିକାଶ କାର୍ୟ୍ୟକ୍ରମର ଭିତ୍ତିପ୍ରସ୍ତର ପାଇଁ ୨୧ କୋଟି ଟଙ୍କା ବିନିଯୋଗ କରାଯିବ ଵୋଲି କହିଥିଲେ । ଆମର ଚାଲିଚଳଣ, କଥାବାର୍ତ୍ତା, ଖାଦ୍ୟ… ସବୁଥିରେ ଭରି ରହିଛି ଗୋଟିଏ ନିଚ୍ଛକ ଓଡ଼ିଆପଣ। ସେହି ଓଡ଼ିଆପଣ, ଓଡ଼ିଆ ଅସ୍ମିତାକୁ ଆଗେଇ ନେବା ପାଇଁ ଆମେ ପ୍ରତିବଦ୍ଧ। ସେଥିପାଇଁ ଆଜିଠାରୁ ଏପ୍ରିଲ ୧୪ ତାରିଖ ପର୍ୟ୍ୟନ୍ତ ଆମେ ‘ଓଡ଼ିଆ ପକ୍ଷ’ ପାଳନ କରୁଛୁ । ଏହି ସମୟରେ ପ୍ରତ୍ୟେକ ଓଡିଆ ପାରମ୍ପରିକ ଓଡ଼ିଆ ଖାଦ୍ୟ ଖାଇବା, ଓଡ଼ିଆ ପୋଷାକ ପିନ୍ଧିବା ଏବଂ ଓଡ଼ିଆରେ ବାର୍ତ୍ତାଳାପ କରିବା ସହିତ ଓଡ଼ିଆ ପତ୍ରପତ୍ରିକା ମଧ୍ୟ ପଢ଼ିବାକୁ ସେ ଆହ୍ୱାନ ଦେଇଥିଲ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର କେବଳ ମଧୁବାବୁଙ୍କ ଜନ୍ମମାଟି ନୁହେଁ, ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ ସ୍ଥଳ। ଆଧୁନିକ ଭାରତରେ ଓଡ଼ିଆ ଭାଷାର ଉତ୍ଥାନ ତଥା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପୁରୋଧାଙ୍କ ଜନ୍ମସ୍ଥଳୀ ହେଉଛି ଏ ପବିତ୍ର ମାଟି। ଯେଉଁ ମାଟିର ସନ୍ତାନ ସବୁ ପ୍ରତିକୂଳ ପରିସ୍ଥିତି ସହିତ ଲଢ଼ି, ଆମକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲେ, ତାଙ୍କୁ ସଶ୍ରଦ୍ଧ ପ୍ରଣିପାତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ଵତନ୍ତ୍ର ଓଡ଼ିଶା ଗଠନ ପାଇଁ ହୋଇଥିବା ଆନ୍ଦୋଳନର ଲକ୍ଷ୍ୟ କେବଳ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ଭୌଗୋଳିକ ଭୂଖଣ୍ଡ ବନାଇବା ନ ଥିଲା। ଏହାର ଆଉ ଗୋଟିଏ ପ୍ରଧାନ ଲକ୍ଷ୍ୟ ଥିଲା, ଅବକ୍ଷୟମାନ ଓଡ଼ିଆ ଭାଷା ଓ ସାହିତ୍ୟକୁ ପୁନର୍ଜୀବିତ କରି ଘରେ ଘରେ ଆଦୃତ କରାଇବାରେ ସାରା ଭାରତରେ ଓଡ଼ିଶା ଥିଲା ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଚଣ ମିଝୀ କଟକ ଜିଲ୍ଲା ସତ୍ୟଭାମାପୁର ଯାଇ ସେଠାରେ ମଧୁବାବୁଙ୍କ ଜୀବନୀ ଓ ସ୍ୱତନ୍ତ୍ର ଓଡିଶା ଗଠନ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଉଦ୍ଘାଟନ କରିଥିଲେ । ଏହା ପରେ ମଧୁବାବୁଙ୍କ ଜନ୍ମ ପୀଠର ସମନ୍ୱିତ ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ମଧୁବାବୁଙ୍କ ଏନ୍ତୁଡିଶାଳ ସହିତ ତାଙ୍କ ସ୍ମୃତି ସହିତ ଜଡିତ ଅନେକ ସ୍ଥାନ ପରିଦର୍ଶନ କରିଥିଲେ ।

କାର୍ୟ୍ୟକ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ, ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଓଡିଆ ଜାତି ପୂଜ୍ୟପୂଜାର ପରମ୍ପରାର ବିଶ୍ୱାସ ରଖେ । ଏ ଜାତି ପାଇଁ ଓ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କୁ ସମ୍ମାନ ଦେବା ଆମ ସରକାରର ପ୍ରଥମ ପ୍ରାଥମିକତା । ମଧୁବାବୁ ଜୀବନୀରୁ ଆମକୁ ବହୁତ କିଛି ଶିଖିବାର ଅଛି । ଆମ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପୂଜ୍ୟପୂଜା ପରମ୍ପରା ସବୁଦିନ ପାଇଁ ଅବ୍ୟାହତ ରହିବ । ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ୟ୍ୟବଂଶୀ ସୂରଜ କହିଥିଲେ ଯେ, ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମମାଟିରେ ଆୟୋଜିତ ଏହି କାର୍ୟ୍ୟକ୍ରମ ଓଡିଆ ସ୍ୱାଭିମାନ, ଓଡିଶା ଓ ଓଡିଆ ଭାଷାକୁ ଭଲ ପାଇବାର କାର୍ୟ୍ୟକ୍ରମ । ଏ ଜାତିକୁ ମହାନ କରିଥିବା ବରପୁତ୍ରମାନଙ୍କ ନୀତି ଓ ଆଦର୍ଶକୁ ଆମେ ଦୈନନ୍ଦିନ ଜୀବନଚର୍ୟ୍ୟାରେ ଆମେ ଯଦି ଲଗେଇ ପାରିବା ତେବେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
କାର୍ୟ୍ୟକ୍ରମରେ ଓଡିଶା ଦିବସ ଉପଲକ୍ଷେ ମାନ୍ୟବର ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ବାର୍ତ୍ତା ପଠନ କରାଯାଇଥିଲା । ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ ହୋଇଥିଲେ ଏବଂ କୃତି ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକଗଣ ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ସୌଭିକ ବିଶ୍ୱାଳ, ଇଂ. ସୋଫିଆ ଫିର୍ଦ୍ଦୋସ, ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ଶ୍ରୀ ଛବି ମଲ୍ଲିକ, ଶ୍ରୀ ସାରଦା ପ୍ରଧାନ, ଶ୍ରୀ ବିଜୟ କୁମାର ଦଳବେହେରା ଉପସ୍ଥିତ ଥିଲେ । କେନ୍ଦ୍ରାଞ୍ଚଳ ଆର୍.ଡି.ସି. ଶ୍ରୀ ବି. ପରମେଶ୍ୱରନ୍ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ।