The Ultimate Managed Hosting Platform
ADVERTISEMENT

ସଂସଦରେ ‘ବନେ୍ଦ ମାତରଂ’ ବିତର୍କ ; କଂଗ୍ରେସକୁ ଟାର୍ଗେଟ

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦରେ ବନେ୍ଦ ମାତରମ ବିତର୍କ । ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ । ଅଭିଭାଷଣରେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କଲେ । ଜରୁରୀ ପରିସ୍ଥିତି ବେଳେ ବନେ୍ଦ ମାତରମ ଶହେ ବଷ୪ ପୂରଣ କରିଥିଲେ । ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା । ୧୮୭୫ରୁ ଆରମ୍ଭ, ଆଜି ଏହା ୧୫୦ ବର୍ଷ ପୂରଣ କରିଛି । ଆଜି ଆମେ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛେ , ଏଥିପାଇଁ ଗର୍ବିତ । ଏହା ଆମର ସ୍ୱାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା । ବନେ୍ଦ ମାତରମ ସବୁ ଭାରତୀୟଙ୍କ ପାଇଁ ସଂକଳ୍ପ ବନିଥିଲା । ବ୍ରିଟିଶ ଶାସନକୁ ସଠିକ ଜବାବ ଦେଇଥିଲା ବନେ୍ଦ ମାତରମ ସ୍ଲୋଗାନ । ସ୍ୱାଧୀନ ଭାରତ ଗଠନ କରିବାରେ ଏହା ଶକ୍ତି ଆଣିଦେଇଥିଲା । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “୧୯୩୭ ମସିହାରେ ଜିନ୍ନା ଏହାକୁ ବିରୋଧ କରିଥିଲେ । ଜବାହରଲାଲ ନେହେରୁ ତାଙ୍କ ସିଂହାସନ ବିପଦରେ ପଡ଼ିଥିବା ଦେଖିଥିଲେ ।
ସୂଚନାଯୋଗ୍ୟ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଗତ ୨ ତାରିଖରେ ଶାସକ ଓ ବିରୋଧୀ ନେତାଙ୍କ ବୈଠକରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ସହମତି ହୋଇଥିଲା । ‘ବନ୍ଦେ ମାତରମ୍’କୁ ୧୮୭୦ ଦଶକରେ ମହାନ ସାହିତ୍ୟିକ ବଙ୍କୀମ ଚନ୍ଦ୍ର ଚାଟାର୍ଜୀ ବଙ୍ଗଳାରେ ଲେଖିଥିଲେ । ଏହି ଗୀତ ତାଙ୍କ ପ୍ରସିଦ୍ଧ ଉପନ୍ୟାସ ‘ଆନନ୍ଦମଠ’ର ଅଂଶବିଶେଷ । ଉପନ୍ୟାସ ୧୮୮୨ରେ ପ୍ରକାଶିତ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login