ଭୁବନେଶ୍ୱର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି । ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏଁ ଶୀତ ଲହରି । ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଜି. ଉଦୟଗିରି ୪.୩, ସେମିଳିଗୁଡା ୪.୬, ଫୁଲବାଣୀ ୭.୨, ଝାରସୁଗୁଡା ୭.୪, ଦାରିଙ୍ଗବାଡି ୭.୫, ରାଉରକେଲା ୭.୬ , ଚିପିଲିମା ୮, ଅନୁଗୁଳ ୮.୮, କିରେଇ ୮.୯, ଭବାନୀପାଟଣା ୯ ଡିଗ୍ରୀ ସେଲସିୟସ ରେକର୍ଡ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ଠାରୁ ପ୍ରାୟ ୫ରୁ ୬ ଡିଗ୍ରୀ ସେଲସିୟସ କମ ରହିଛି । ଦକ୍ଷିଣ ଉପକୂଳ ଓଡିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୪ଡିଗ୍ରୀ କମ ରହିଛି । ଆଜି ୪ ଜିଲ୍ଲା ଅନୁଗୁଳ, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଜଗତସିଂହପୁରରେ ଶୀତଲହରୀ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୩ରୁ ୪ଦିନ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ପ୍ରବଳ ଥଣ୍ଡା ସମେତ କେତେକ ସ୍ଥାନରେ ଶୀତଲହରୀ ଜାରି ରହିବ ।
Views: 73











