ଶ୍ରୀନଗର : ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମ୍ବୋଧନ । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ । ଅପରେସନ ସିନ୍ଦୂରରେ ଆପଣ ଯାହା କଲେ ପୂରା ଦେଶବାସୀ ଗର୍ବିତ । ଜଣେ ନାଗରିକ ହିସାବରେ ମୁଁ ଆପଣଙ୍କୁ କୃତଜ୍ଞତା ଜଣାଉଛି । ପାକିସ୍ତାନ ବଙ୍କରକୁ ଆପଣ ଯେଭଳି ଧ୍ୱଂସ କଲେ ଶତ୍ରୁ ଭୁଲି ପାରିବେନି । ମୁଁ ଦେଶବାସୀଙ୍କ ସନେ୍ଦଶ ନେଇ ଆପଣଙ୍କ ପାଖକୁ ଆସିଛି । ସନେ୍ଦଶ ହେଉଛି , ଦେଶବାସୀ ଆପଣଙ୍କ ଉପରେ ଗର୍ବିତ । ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ସବୁଠୁ ବଡ ଆକ୍ସନ । ଭାରତ ପୂରା ବିଶ୍ୱକୁ ସନେ୍ଦଶ ଦେଇଛି , ଆତଙ୍କବାଦକୁ ବରଦାସ୍ତ କରାଯିବନି । ଭାରତ ବିରୋଧରେ ଷଡଯନ୍ତ୍ର ବନ୍ଦ କରୁ ପାକିସ୍ତାନ । ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀଙ୍କୁ ନ ପୋଷୁ । ପାକିସ୍ତାନ ହାତରେ ପରମାଣୁ ରହିବା ସୁରକ୍ଷିତ କି ? ଆଇଏଇଏ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲିବନି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯଦି କଥାବାର୍ତ୍ତୀ ହେବ କେବଳ ପିଓକେକୁ ନେଇ । ଆମେ ପାକିସ୍ତାନର ପରମାଣୁ ବ୍ଲାକମେଲିଂକୁ ଖାତିର କରିଲୁନି । ଆତଙ୍କୀମାନେ ଧର୍ମ ପଚାରି ମାରିଲେ , ଆମେ କର୍ମ ଦେଖି ବିନାଶ କଲୁ । ପାକିସ୍ତାନ ଆଇଏମଏଫ ପାଖରୁ ରୁଣ ଆଣୁଛି , ଆମେ ଅନ୍ୟ ଦେଶକୁ ଫଣ୍ଡ ଦେଉ । ପାକିସ୍ତାନ ଯେଉଁଠି ଛିଡା ହୁଏ, ସେଠୁ ଭିକାରୀଙ୍କ ଧାଡି ଆରମ୍ଭ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି, ’ପହଲଗାମ୍ରେ ଲୋକଙ୍କ ଉପରେ ଆକ୍ରମଣ କରି ଆତଙ୍କୀମାନେ ଭାରତକୁ କଠୋର ଆଘାତ ଦେଇଥିଲେ । ଭାରତର ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ସେମାନେ ଭାରତର ମୁଣ୍ଡକୁ ଆଘାତ ଦେଲେ ଆମେ ତାଙ୍କ ଛାତିକୁ ଚିରି ଆଘାତ ଦେଇଛୁ । ପାକିସ୍ତାନ ଯଦି ତାର ଏହି କ୍ଷତକୁ ଭରଣା କରିବାକୁ ଚାହୁଛି ତେବେ ଆତଙ୍କୀଙ୍କୁ ଆଶ୍ରୟ ଦେବା ବନ୍ଦ କରୁ ପାକିସ୍ତାନ’ ।
ଶ୍ରୀନଗରରେ ପ୍ରତିରକ୍ଷା ମନ୍ତ୍ରୀ, “ଅପରେସନ ସିନ୍ଦୂର” ପାଇଁ ଦେଶ ଗର୍ବିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











