ଯାଜପୁର : ଧର୍ମଶାଳାABDOଙ୍କ ଘରେ ଭିଜିଲାନ୍ସ ରେଡ । ABDO ଅସିତ ପାତ୍ରଙ୍କ ଅଫିସ ସମେତ ୭ଟି ସ୍ଥାନରେ ରେଡ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ । ଯାଜପୁର,କଟକ,ଭୁବନେଶ୍ୱର ଓ ଭଦ୍ରକରେ ଚାଲିଛି ରେଡ । ରିପୋର୍ଟ ଅନୁଯାୟୀ, ଗୁରୁବାର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ(ଏବିଡିଓ) ଅସିତ କୁମାର ପାତ୍ରଙ୍କ ଦ୍ୱାରା ତାଙ୍କ ଆୟ ଉତ୍ସଠାରୁ ଅଧିକ ଆୟ ବର୍ହିଭୂତ ସମ୍ପତ୍ତି(ଡିଏ) ଅର୍ଜନ ଅଭିଯୋଗରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ତଲାସୀ କରାଯାଉଛି।କଟକର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଜଜଙ୍କ,ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ୮ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଯାଜପୁର, କଟକ, ଭଦ୍ରକ ଏବଂ ଭୁବନେଶ୍ୱର (ଖୋର୍ଦ୍ଧା) ଜିଲ୍ଲାର ୭ଟି ସ୍ଥାନରେ ତଲାସୀ ଚାଲିଛି।ଅସିତ କୁମାର ପାତ୍ରଙ୍କ ଆବାସିକ ସରକାରୀ କ୍ୱାର୍ଟର, ଏବିଡିଓ, ଧର୍ମଶାଳା ବ୍ଲକ, ଜିଲ୍ଲା-ଯାଜପୁର।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ତାଙ୍କ କାର୍ୟ୍ୟାଳୟ କକ୍ଷ। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଅବସ୍ଥିତ ତାଙ୍କର ବାସସ୍ଥାନ ଜମିରେ ଚଢ଼ଉ ଜାରି ରହିଛି।
ଧର୍ମଶାଳା ABDOଙ୍କ ଘରେ ଭିଜିଲାନ୍ସ ରେଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











