The Ultimate Managed Hosting Platform
ADVERTISEMENT

ଶ୍ରାବଣର ଆଜି ପ୍ରଥମ ସୋମବାର , ଜଳାଭିଷେକ ପାଇଁ ଶୈବପୀଠରେ ଭିଡ

Facebook
Twitter
LinkedIn

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ମହାପ୍ରଭୁ ଶିବଙ୍କ ଉପରେ ଜଳାଭିଷେକ ପାଇଁ କାଉଡିଆଙ୍କ ଲାଗିଛି ଭିଡ । ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡିଆ ରୀତିନୀତି ପାଳନ କରି ନିଷ୍ଠାର ସହ ଜୀବନଯାପନ କରିଥାନ୍ତି । ଶ୍ରାବଣ ମାସସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ଶୈବପୀଠକୁ ଆଣି ମହାଦେବଙ୍କୁ ଜଳ ଲାଗି କରିଥାନ୍ତି ।ଦୂର ଦୂରାନ୍ତରୁ ପାଣି ଆଣି ଆସୁଥିବା କାଉଡିଆ ତଥା ଶିବ ଭକ୍ତଙ୍କ ଲମ୍ୱାଧାଡି ବିଭିନ୍ନ ଶୈବପୀଠକୁ ଲମ୍ୱିଛି । ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login