The Ultimate Managed Hosting Platform
ADVERTISEMENT

ଶୋଏବଙ୍କ ପୂର୍ବରୁ ସାହିଦଙ୍କୁ ବିବାହ କରିବାକୁ ଚାଁହୁଥିଲେ ସାନିଆ !

Facebook
Twitter
LinkedIn

ମୁମ୍ଵାଇ ୧୪।୧୧: ସାନିଆ ମିର୍ଜା ଏବଂ ଶୋଏବ ମଲିକ। ଦୁହେଁ କ୍ରୀଡା ଜଗତର ଷ୍ଟାର ଖେଳାଳୀ। ବର୍ତ୍ତମାନ ଉଭୟ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଛି। ସୋସିଆଲ ମିଡିଆରେ ଦୁହିଁଙ୍କ ଛାଡପତ୍ର ବିଷୟରେ ଆଲୋଚନା ହେଉଛି। ସାନିଆ ମିର୍ଜା ଏବଂ ଶୋଏବ ମଲିକଙ୍କ ଅଲଗା ହେବାର ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଏହି ଖବର ମଧ୍ୟରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦୁଇଜଣଙ୍କର ଏକ ଶୋ’ ଆସୁଛି। ଏହି ସବୁକୁ ଦେଖିଲା ପରେ ସମସ୍ତେ ଭାବୁଛନ୍ତି ବୋଧ ହୁଏ ଏହା ଗୁଜବ ବା ପବ୍ଲିସିଟି ଷ୍ଟଣ୍ଟ ଥିଲା।  

କିନ୍ତୁ ଆପଣ ଜାଣନ୍ତି କି ଏକ ସମୟ ଥିଲା ତାଙ୍କ ନାମ ବଲିଉଡ ଅଭିନେତା ସହିଦ କପୁରଙ୍କ ସହ ମଧ୍ୟ ଜଡିତ ଥିଲା। ହଁ, ଏକ ସମୟରେ ସାନିଆ ଏବଂ ସାହିଦଙ୍କ ସଂପର୍କରେ ଥିବା ବିଷୟରେ ଅନେକ ଗୁଜବ ଉଠିଥିଲା। କରଣ ଜୋହର ମଧ୍ୟ ସାନିଆ ମିର୍ଜାଙ୍କୁ ଏହି ବିଷୟରେ ପଚାରିଥିଲେ। ଯେତେବେଳେ ସେ କରଣଙ୍କ ସହ କଫି ଶୋ’ରେ ପହଞ୍ଚିଥିଲେ। କରଣ ସାନିଆଙ୍କୁ ପଚାରିଥିଲେ, ‘ଏହା କିପରି ହୋଇପାରେ ଯେ ତୁମକୁ କେବେ ହିନ୍ଦୀ ଚଳଚ୍ଚିତ୍ର ହିରୋମାନେ ଆପ୍ରୋଚ୍‌ କରି ନାହାନ୍ତି।

ସାନିଆ କହିଥିଲେ, ‘ଏହା ମୋ ସହିତ କେବେ ହୋଇ ନାହିଁ’ । ତା’ପରେ କରଣ କୁହନ୍ତି, ‘ତୁମକୁ ନେଇ ସାହିଦଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। କିଛି ସତ୍ୟ ଥିଲା କି? ଏହା ଉପରେ ସାନିଆ କୁହନ୍ତି, ‘ମୋର ମନେ ନାହିଁ, ଏହା ବହୁ ପୂର୍ବର କଥା। ଏପରି କହି କଥାକୁ ଆଡେଇ ଦେଇଥିଲେ। ଯାହାକୁ ନେଇ ନା ନା କଳ୍ପନା ହୋଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login