The Ultimate Managed Hosting Platform
ADVERTISEMENT

ଶେଷଯାତ୍ରାରେ ଉତ୍ତମ

Facebook
Twitter
LinkedIn

ଭୁବନେଶ୍ୱର : ଶେଷଯାତ୍ରାରେ ଉତ୍ତମ ମହାନ୍ତି । ସତ୍ୟନଗର ଶ୍ମଶାନ ଅଭିମୁଖେ ନିଆଯାଉଛି ପାର୍ଥିବ ଶରୀର । ଜଗନ୍ନାଥ ବିହାର ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଉଛି । ଉତ୍ତମଙ୍କ ଶେଷ ଯାତ୍ରାରେ ସମ୍ପର୍କୀୟ ଓ ପ୍ରଶଂସକଙ୍କ ପ୍ରବଳ ଭିଡ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଉତ୍ତମଙ୍କ ଶେଷକୃତ୍ୟ ।
୧୯୭୭ରେ ଓଡିଆ ସିନେମାରେ ଡେବ୍ୟୁ କରିଥିଲେ ଉତ୍ତମ । ସାଧୁ ମେହେରଙ୍କ ଅଭିମାନ ଚଳଚ୍ଚିତ୍ର ଜରିଆରେ କରିଥିଲେ ଡେବ୍ୟୁ କରିଥିଲେ ଉତ୍ତମ ମହାନ୍ତି । ୧୩୫ ସିନେମାରେ ଛାଡି ଯାଇଛନ୍ତି ଛାପ । ବଙ୍ଗଳା ଓ ହିନ୍ଦୀ ସିନେମାରେ କରିଛନ୍ତି ଅଭିନୟ । ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଉତ୍ତମ । ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ବଳ ତାରକା । ଉତ୍ତମ ମହାନ୍ତି ଥିଲେ ଜଣେ ଓଡ଼ିଆ ସିନେ ଜଗତର ଧ୍ରୁବ ତାରା ସଦୃଶ । ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍ ନାୟକଙ୍କ ଜୀବନ ଦୀପ ଆଜି ଲିଭିଯାଇଛି । ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଫିଲ୍ମ ଜଗତକୁ ଆସିଥିଲେ, ‘ବିଦ୍ୟାରାଣ’ ପକାଇ ଚାଲିଗଲେ । ସେ ଥିଲେ ଓଲିଉଡ଼ର ‘ଦଣ୍ଡାବାଳୁଙ୍ଗା’, ‘ସରପଞ୍ଚ ବାବୁ’ । ତାଙ୍କ ନାମ ଖାଲି ଉତ୍ତମ ମହାନ୍ତି ନଥିଲା, ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ଉତ୍ତମ ଥିଲା ଓ ତାଙ୍କ ଅଭିନିତ ଫିଲ୍ମ ସର୍ବୋତ୍ତମ ଥିଲା । ୭୦ ଦଶକରୁ ଦର୍ଶକଙ୍କ ମନରେ ରାଜ୍ କରିଆସୁଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଭେଟେରାନ ଅଭିନେତା ଉତ୍ତମ ମହାନ୍ତି । ସେ ସମୟରେ ସେ ଥିଲେ ରୋମାଣ୍ଟିକ ହିରୋ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login