The Ultimate Managed Hosting Platform
ADVERTISEMENT

ଶେଖ ହସିନାଙ୍କ ବିରୋଧରେ ହତ୍ୟା ମାମଲା !

Facebook
Twitter
LinkedIn

ଢାକା: ଭାରତରେ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ । ଗତ ମାସରେ ବାଂଲାଦେଶରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଜଣେ ଗ୍ରୋସରୀ ଷ୍ଟୋର୍ ମାଲିକଙ୍କ ମୃତ୍ୟୁ ଘଟଣାରେ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏ ନେଇ ମଙ୍ଗଳବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିବାଦୀୟ ଚାକିରି ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତାଙ୍କ ଆୱାମୀ ଲିଗ୍ ନେତୃତ୍ୱାଧୀନ ସରକାର ବିରୋଧରେ ବ୍ୟାପକ ପ୍ରତିବାଦ ପରେ ଗତ ସପ୍ତାହରେ ଇସ୍ତଫା ଦେଇଥିବା ୭୬ ବର୍ଷୀୟ ହସିନାଙ୍କ ବିରୋଧରେ ଏହା ହେଉଛି ପ୍ରଥମ ମାମଲା। ସୂଚନାଯୋଗ୍ୟ ଯେ କୋଟା ପ୍ରସଙ୍ଗକୁ ନେଇ ହିଂସାତ୍ମକ ବିକ୍ଷୋଭ ପରେ ଆୱାମୀ ଲିଗ୍ ନେତା ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଭାରତକୁ ପଳାଇଆସିଛନ୍ତି । ଗାଜିଆବାଦର ହିଣ୍ଡନ ଏୟାରବେସର ଏକ ସୁରକ୍ଷିତ ସ୍ଥାନରେ ସେ ରହୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login