The Ultimate Managed Hosting Platform
ADVERTISEMENT

ଦଳି ଦେଲା ଦନ୍ତା, ଗର୍ଭବତୀଙ୍କ ସହ ୮ ବର୍ଷ ପୁଅର ଚାଲିଗଲା ଜୀବନ

Facebook
Twitter
LinkedIn

କୋଇଡା : ହାତୀ ଆକ୍ରମଣରେ ଗର୍ଭବତୀ ମାଆ ସହ ପୁଅ ମୃତ । ବରସୁଆଁ ରେଂଜ ବାଲିଝୁଡି ଗାଁରେ ହାତୀ ଉପଦ୍ରବ । ଶୋଇଥିବା ବେଳେ ଘର ଭାଙ୍ଗିଲା ଦନ୍ତା। କାନ୍ଥ ତଳେ ଚାପି ହୋଇ ଗର୍ଭବତୀ ମାଆ ସହିତ ଆଠ ବର୍ଷ ପୁଅର ମୃତ୍ୟୁ ହୋଇଛି। ଅନ୍ୟ ତିନି ଶିଶୁକନ୍ୟା ଗୁରୁତର ହୋଇଛନ୍ତି । ଗୁରୁତର ତିନି ଶିଶୁକନ୍ୟାଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଉଛନ୍ତି ମାଆ ସୁକାନ୍ତି ଭତ୍ତା ଓ ଆଠ ବର୍ଷୀୟ ପୁଅ ସୁଖନାଥ ଭତ୍ତା । ମୃତ ମାଆ ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି । ସାତ ଦିନ ପୂର୍ବରୁ ବାପା ଦାଦନ ଖଟିବା ପାଇଁ ବାଙ୍ଗାଲୋର ଯାଇଥିଲେ । ଏନେଇ ବରସୁଆଁ ବନାଞ୍ଚଳ ଅଧିକାରୀ ଧରଣୀଧର ସାହୁ କହିଛନ୍ତି ହାତୀଟି ଟ୍ରାକିଂ ରେ ରହିଥିବା ଓ ପ୍ରବଳ ବର୍ଷା ଯୋଗୁଁ ଟ୍ରାକିଂରେ ଅସୁବିଧା ଯୋଗୁଁ ଏଭଳି ଘଟଣା ଘଟିଛି। ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛିକ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login