ନୂଆଦିଲ୍ଲୀ : ଆଜି ଲୋକସଭାରେ ଦିନ ୧୨ଟାରେ ଉପସ୍ଥାପନ ହେବ ସଂଶୋଧିତ ୱାକଫ ବିଲ । ୮ ଘଣ୍ଟା ଧରି ଏହା ଉପରେ ବିତର୍କ ହେବ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ସଂସଦର ସହମତିରେ ଆବଶ୍ୟକ ପଡ଼ିଲେ ବିତର୍କର ଅବଧି ବୃଦ୍ଧି କରାଯିବ । ସଂସଦରେ ଉପସ୍ଥିତ ରହିବାକୁ ବିଜେପି ସମସ୍ତ ସାଂସଦଙ୍କୁ ତିନି ଧାଡିଆ ହ୍ବିପ ଜାରି କରିଛି । କଂଗ୍ରେସ ମଧ୍ୟ ବିତର୍କ ବେଳେ ଉପସ୍ଥିତ ରହିବାକୁ ତିନିଧାଡ଼ିଆ ହ୍ବିପ ଜାରି ହୋଇଛି । ବିଲକୁ ଏନଡିଏର ସହଯୋଗୀ ଦଳ ଟିଡିପି ନିଃସର୍ତ୍ତ ସମର୍ଥନ ଦେବ କହିଥିବା ବେଳେ ଜେଡିୟୁ ସର୍ତ୍ତମୂଳକ ସମର୍ଥନ ଦେଇଛି । ସେପଟେ ୱାକଫ ବିଲ୍ ବିରୋଧରେ ଏକାଠି ହୋଇଛନ୍ତି ବିରୋଧୀ । ବିଲକୁ ଜୋରଦାର ବିରୋଧ କରିବାକୁ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
Views: 21