ନୂଆଦିଲ୍ଲୀ : ରିଲିଜ ହେଲା ଫିଲ୍ମ ଲିଓର ଟିଜର । ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଫ୍ୟାନ୍ସ ସଞ୍ଜୟ ଦତ୍ତଙ୍କ ଏଭଳି ଲୁକ୍ ଦେଖି ଫ୍ୟାନ୍ସ ପ୍ରଶଂସା କରୁଛନ୍ତି । ଜନ୍ମଦିନ ଅବସରରେ ଫିଲ୍ମ ନିର୍ଦ୍ଦେଶକ ଲୋକେଶ କନଗରାଜ ସଞ୍ଜୟ ଦତ୍ତଙ୍କୁ ସରପ୍ରାଇଜ ଦେଇଛନ୍ତି ।
‘ଲିଓ’ ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ଫାଷ୍ଟ ଲୁକ୍ ଦେଖି ଫ୍ୟାନ୍ସ ଚକିତ ହୋଇଛନ୍ତି । ତାମିଲ ସୁପରଷ୍ଟାର ଥଲାପତି ବିଜୟଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମର ଟିଜର ଲୋକେଶ କନଗରାଜ ସେୟାର କରିଛନ୍ତି । ଫିଲ୍ମରେ ସଞ୍ଜୟ ଦତ୍ତ ଏଣ୍ଟନୀ ଦାସ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ଝଲକରେ ସଞ୍ଜୟ ଦତ୍ତ ଏକ ବିଶାଳ ସଭା ଦେଇ ଯାଇଥିବାରୁ ଦେଖିବାକୁ ମିଳିଛି । ସଞ୍ଜୟଙ୍କ ଦାଢି ମୁଛ ଥିବା ଆଗ୍ରେସିଭ ଲୁକ୍ ଦେଖିବାକୁ ମିଳିଛି । ବଲିଉଡର ବାବା ସଞ୍ଜୟ ଦତ୍ତଙ୍କ ଅପକମିଂ ଫିଲ୍ମ ଲିଓ ଖୁବଶୀଘ୍ର ରିଲିଜ ହେବ ବୋଲି ପ୍ରଡକ୍ସନ ସଂସ୍ଥା ପକ୍ଷରୁ କୁହାଯାଇଛି ।
Views: 90