The Ultimate Managed Hosting Platform
ADVERTISEMENT

ରିଲିଜ ହେଲା ଫିଲ୍ମ ପୁଷ୍ପା-୨, ପ୍ରିମିୟର ଶୋରେ ଦଳାଚକଟା

Facebook
Twitter
LinkedIn

ନୂଆଦିଲ୍ଲୀ : ରିଲିଜ ହେଲା ଫିଲ୍ମ ପୁଷ୍ପା-୨ । ପ୍ରଥମ ଦିନର ପ୍ରଥମ ସୋ ଏବେ ପ୍ରାୟ ହଲରେ ହାଉସଫୁଲ ରହିଛି । ଆସନ୍ତା ରବିବାର ପ ର୍ଯ୍ୟନ୍ତ ସବୁ ଅନଲାଇନ ଟିକେଟ ଫୁଲ ରହିଛି । ୨୦୨୧ରେ ପୁଷ୍ପାର ସଫଳତା ପରେ ହାଇ ବଜେଟ ସିନେମା ପୁଷ୍ପା-୨ରେ ବଢିଛି କ୍ରେଜ । ସେପଟେ ରିଲିଜ୍ ପୂର୍ବରୁ ପୁଷ୍ପା-୨ ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ରେକର୍ଡ। ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଆଡାଭାନ୍ସ ଟିକେଟ ବୁକିଂ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଆଗେଇ ଚାଲିଛି। ପ୍ରଥମ ଦିନରେ ଟିକେଟ ବୁକିଂରେ ପୁଷ୍ପା ଟୁ ପାଖାପାଖି ୩୦କୋଟି ଟଙ୍କା ଆୟ କରିସାରିଥିବାବେଳେ ଦ୍ବିତୀୟ ଦିନ ବି ନନଷ୍ଟପ ବୁକିଂ ଚାଲିଥିଲା । ସିନେ ସମୀକ୍ଷକଙ୍କ ମତରେ ପ୍ରଥମ ଦିନରେ ଅଲ୍ଲୁ ଅର୍ଜୁନଙ୍କ ଏହି ବହୁ ପ୍ରତିକ୍ଷିତ ସିନେମା ପ୍ରଥମ ଦିନରେ ଶହେ କୋଟିରୁ ଅଧିକ ବକ୍ସ ଅଫିସ ଆୟ କରିପାରେ। ହିନ୍ଦୀ, ତାମିଲ, କନ୍ନଡ, ମାଲାଲିୟମ, ତେଲେଗୁ ସହ ମୋଟ ୫ଟି ଭାଷାରେ ରିଲିଜ ହେବାକୁ ଥିବା ପୁଷ୍ପା ଟୁ। ସବୁଠୁ ବଡ କଥା ହେଉଛି ହିନ୍ଦୀ ଭାଷାର ଟିକେଟ ବିହାରରେ ସବୁଠୁ ଅଧିକ ବିକ୍ରି ହେଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login