ରାୟଗଡା : ବିଶିଷ୍ଟ ପରିବେଶବିତ ମେଧା ପାଟେକର ଅଟକ । ରେଲବ୍ୱେ ଷ୍ଟେସନରୁ ପୋଲିସ ଉଠାଇ ଦେଇଥିବା ସୂଚନା । କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥାନ୍ତେ । ତା ପୂର୍ବରୁ ମେଥା ପାଟେକରଙ୍କୁ ପୋଲିସ ଅଟକ ରଖିଥିବା ସୂଚନା । ମେଧା ପାଟେକରଙ୍କୁ ପୋଲିସ ବ୍ରହ୍ମପୁରକୁ ପଠାଇ ଦେଇଥିବା ସୂଚନା । ସୂଚନା ଅନୁସାରେ ଆଜି କାଶୀପୁର ବ୍କକର ସୁଙ୍ଗେର ହାଟପଦାରେ ପାଳନ ହେବାକୁ ଥିଲା ବିଶ୍ବ ପରିବେଶ ଦିବସରେ ଯୋଗଦେଇଥାନ୍ତେ । ସିଜିମାଳି ଖଣି ଖନନକୁ ବିରୋଧ କରି ଆୟୋଜନ ହେବାକୁ ଥିଲା ସମାବେଶ, ମେଧା ପାଟେକରକୁ ନିର୍ଜନ ସ୍ଥାନରେ ରଖି କାର୍ୟ୍ୟକ୍ରମକୁ ନଯିବା ପାଇଁ ବୁଝାସୁଝା କରୁଛି ପୋଲିସ । ବିଶ୍ୱ ପରିବେଶ ଦିବସ ଅବସରରେ “ମା ମାଟି ମାଳି ସୁରକ୍ଷା ମଞ୍ଚ” ନେତୃତ୍ୱରେ ସୁଙ୍ଗେରରେ ହେବାକୁ ଯାଉଥିବା ସଭାରେ ଯୋଗ ଦେବାକୁ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଭିନ୍ନ ନେତୃତ୍ବମାନଙ୍କୁ ରାୟଗଡ଼ା ଷ୍ଟେସନରେ ଅଟକ ରଖାଯାଇଛି ।
Views: 42