ନୂଆଦିଲ୍ଲୀ : ପୁଣି ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା । ୧୨ଟି ଦେଶର ନାଗରିକଙ୍କୁ ଆମେରିକାରେ ପ୍ରବେଶ ମନା ।ଏ ନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ ପ୍ରଶାସନ । ଆମେରିକା ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ୟ୍ୟକାଳ ସମୟରେ ମଧ୍ୟ ଟ୍ରମ୍ପ ଅନେକ ଦେଶର ଲୋକଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ପରେ ଏହାକୁ ଉଠାଇ ଦିଆଯାଇଥିଲା । ଏବେ ପୁଣି ଥରେ ଟ୍ରମ୍ପ ଅନେକ ଦେଶର ଲୋକଙ୍କ ଉପରେ ଆମେରିକା ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି । ଆମେରିକାର ସୁରକ୍ଷାକୁ ଉଦ୍ଧୃତ କରି ଟ୍ରମ୍ପ ଅନ୍ୟ ସାତଟି ଦେଶ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି । ବୁଧବାର ଅର୍ଥାତ୍ ଗତକାଲି ରାତିରେ ଟ୍ରମ୍ପ ଏକ ଦର୍ଜନ ଦେଶର ଲୋକଙ୍କୁ ଆମେରିକାରେ ପ୍ରବେଶ କରିବାକୁ ନିଷେଧ କରିଛନ୍ତି । ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ ସାମିଲ୍। ଏହା ସହିତ, ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାରୁ ଆସୁଥିବା ଲୋକଙ୍କ ଉପରେ କଠୋର ପ୍ରତିବନ୍ଧକ ନିଷ୍ପତ୍ତି ନିଆଯାଇଛି । ସୋମବାର ଦିନ ୧୨ଟାରୁ ଏହି ଯାତ୍ରା ପ୍ରତିବନ୍ଧକ ଲାଗୁ ହେବ ।
ପୁଣି ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା , ୧୨ ଦେଶର ଲୋକଙ୍କୁ ନୋଏଣ୍ଟ୍ରି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











