ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଓଡିଆ ନବବର୍ଷ, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ପଣା ସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବର୍ତ୍ତା ଦିଏ । ଦେଶ ପାଇଁ ସମର୍ପିତ ହୋଇ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ । ଏହି ଅବସରରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ପବିତ୍ର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମୁଁ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ପଣା ସଂକ୍ରାନ୍ତି ଆମ ସମାଜକୁ ପ୍ରେମ ଓ ଶାନ୍ତିର ବାର୍ତ୍ତା ଦେଇଥାଏ । ଆନନ୍ଦ ଉଲ୍ଲାସର ଏହି ପର୍ବ ଆମକୁ ଆମ ଦେଶ ପାଇଁ ସମର୍ପିତ ହୋଇ କାର୍ୟ୍ୟ କରିବାକୁ ପ୍ରେରଣା ମଧ୍ୟ ଦେଇଥାଏ । ଏହି ଅବସରରେ ମୁଁ ସମସ୍ତଙ୍କର ସୁଖସମୃଦ୍ଧି କାମନା କରୁଅଛି ।
Views: 28