ସୁନ୍ଦରଗଡ : ରାମନବମୀ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୩ ଜଣ ବାଇକ ଆରୋହୀଙ୍କର ଚାଲିଗଲା ଜୀବନ । ସୁନ୍ଦରଗଡ ବଜଗାଁ ଛାନା ମରିଚିମୁଣ୍ଡା ନିକଟରେ ଘଟିଛି ଦୁର୍ଘଟଣା । ମୃତକ ମାନେ ବିରତୁଲା ଗାଁର ହୋଇଥିବା ସୂଚନା ରହିଛି । ବାଇକକୁ ଟ୍ରକ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ରାତି ପ୍ରାୟ ୨ଟା ବେଳକୁ ବାଇକରେ ବଡ଼ଗାଁରୁ ବିର ତୁଲାକୁ ଫେରୁଥିବାବେଳେ ଏକ ଅଜଣା ଗାଡ଼ି ପିଟି ଚାଲିଯାଇତିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ବଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
Views: 17