ନୂଆଦିଲ୍ଳୀ: ପ୍ରଚାର ମୈଦାନରେ ରାମ , ଲକ୍ଷ୍ମଣ, ସୀତା । ରାମଙ୍କ ପାଇଁ ସୀତାଙ୍କ ପ୍ରଚାର । ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିଛନ୍ତି ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ । ସାଙ୍ଗରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ସାମିଲ ହୋଇଥିଲ । ଏଥର ଉତ୍ତରପ୍ରଦେଶ ମିରଟରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଅରୁଣ ଗୋଭିଲ । ମତଦାନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି । ଏତିକି ବେଳେ ବିଶାଳ ରୋଡ ସୋ’ରେ ବାହାରି ଭୋଟ ଭିକ୍ଷା କରିଛନ୍ତି ରାମାଣୟର ରାମ-ସୀତା । ଯାହାଙ୍କୁ ଦେଖିବାକୁ ରାସ୍ତାର ଦୁଇ କଡରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ।
Views: 49