The Ultimate Managed Hosting Platform
ADVERTISEMENT

ରାତିକରେ ବୁଲିଲା କଳାକନା , ୫ ଘରୁ ସିରିଜ ଲୁଟ

Facebook
Twitter
LinkedIn

ବାଲେଶ୍ୱର : ଗୋଟିଏ କି ଦୁଇଟି ନୁହେଁ ଏକା ସହିତ ବିଭିନ୍ନ ଘରୁ ଲୁଟିଛନ୍ତି ଲୁଟେରା । ଦିନବେଳେ ଟାର୍ଗେଟ କରି ଯାଇଥିଲେ । ଆଉ ଅପେକ୍ଷା କରିଥିଲେ ରାତିକୁ, ଯେମିତି ଲୋକମାନେ ଖାଇପିଇ ନିଘୋଡ଼ ନିଦରେ ଶୋଇଲେ ମୌକା ଦେଖି କଳାକନା ବୁଲାଇଲେ ଚୋର । ସିରିଜ୍ ଲୁଟ ହୋଇଥିବା ଜାଣିବା ପରେ ଏବେ ଚିନ୍ତାରେ ଗାଁ ଲୋକେ । ଏ ଚୋରମାନେ ଚୋରି କରି ଫେରାର ମାରିବା ପରେ ଗାଁରେ ଚର୍ଚ୍ଚା ଜୋର ଧରିଛି । ବିଳମ୍ବିତ ରାତିରେ ଗୋଟିଏ ଗାଁର ୫ ଟି ଘରୁ ସିରିଜ ଲୁଟ କଲେ ଦୁର୍ବୃତ୍ତ । ସୁନା ଗହଣା ସମେତ ୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଲୁଟ ହୋଇଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ନିଶ୍ଚିନ୍ତପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ୫ ଜଣକ ଘରେ ପଶି ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ଆଲୋକ ପରିଡ଼ାଙ୍କ ଘରେ ପଶି ଗଡରେଜ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ବେଳେ ଅନ୍ୟ ମାନଙ୍କ ଘରୁ ସାଇକେଲ, ମୋବାଇଲ ଏବଂ ଅନ୍ୟାନ୍ୟ ଆସବାବ ପତ୍ର ଲୁଟ୍ ହୋଇଛି । ତେବେ ବାରମ୍ବାର ଚୋରି ହେଉଥିବା ବେଳେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହା ବ୍ୟତୀତ ଦୁର୍ବୃତ୍ତଙ୍କ ଲୁଟ ଉପରେ ରୋକ ଲଗାଇବା ପାଇଁ ଦୃଢ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login