ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ । ପୁରୁଷ ବନ୍ଧୁ ପ୍ରମୋଦ ବେହେରା ଗିରଫ ନେଇ କେନ୍ଦ୍ରାପଡା ଏସପିଙ୍କ ସୂଚନ । ମୃତ ଯୁବତୀଙ୍କ ଅଶ୍ଲୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି କହିଲେ ଏସପି । ପ୍ରମୋଦ ଘଟଣା ଘଟିବାର କିଛି ସମୟ ପୂର୍ବରୁ ଯୁବତୀଙ୍କ ସହ କଥା ହୋଇଥିଲେ । ଜୁଲାଇ ୧୭ରେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ତାଙ୍କ ବାପାଙ୍କ ପାଖକୁ ପଠାଇଥିଲେ । ଆଉ ୨ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ ଉଦେ୍ଦଶ୍ୟରେ ପଠାଇଥିଲେ । କାଠିଆପଡାରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି । ମୃତକଙ୍କ ବାପା ଘରୁ ଯିବାର ଓ ଫେରିବାର ଦୃଶ୍ୟ ହସ୍ତଗତ ହୋଇଛି । ସେହିଦିନ ୧୧ଟା ୪୦ ବେଳେ ଗାଁରେ ଲୋକଙ୍କ ଧାଁ ଦୈାଡ ସାମ୍ନାକୁ ଆସିଛି ।
Views: 114











