ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମୀଷା ପଟେଲ ଠକେଇ ମାମଲାରେ ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ସେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏହାସହ ପୁଣି ଜୁନ ୨୧ ତାରିଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅମୀଷା ପଟେଲଙ୍କ ଉପରେ ରାଞ୍ଚର ଫିଲ୍ମ ପ୍ରଯୋଜକ ଅଜୟ କୁମାର ସିଂ ଚେକ୍ ବାଉନ୍ସ ମାମଲା ଦାୟର କରିଥିଲେ । ଏହାସହ ଠକେଇ ଓ ଧମକ ଦେବା ଭଳି ଅଭିଯୋଗ ଆଣିଥିଲେ ଅଜୟ କୁମାର ସିଂ । ଅମୀଷାଙ୍କ ଉପରେ ଅଭିଯୋଗ ଥିଲା କି ସେ ଏକ ସିନେମା ପ୍ରମୋଶନ ଓ ପବ୍ଲିସିଟି ପାଇଁ ଫିଲ୍ମ ନିର୍ମାତା ଅଜୟ କୁମାର ସିଂଙ୍କ ଠାରୁ ୨.୫ କୋଟି ଟଙ୍କା ଅଗ୍ରୀମ ନେଇଥିଲେ । ସିନେମା ସମ୍ପୂର୍ଣ୍ଣ ହେବା ପରେ ସୂଧ ସହ ଟଙ୍କା ଫେରାଇ ଦେବାକୁ ଏଗ୍ରିମେଣ୍ଟ କରିଥିଲେ । ୨୦୧୩ ମସିହାର୍ରୁ ଆରମ୍ଭ ହୋଇଥିବା ସିନେମା ଶେଷ ହେବାରେ ବିଳମ୍ବ ହେବାରୁ ଅଜୟ ଅମୀଷାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ । ହେଲେ ଅମୀଷା ଟଙ୍କା ନଫେରାଇ ତାଙ୍କୁ ଧମକ ଚମକ ଦେଉଥିଲେ ।ଅମୀଷା ପଟେଲଙ୍କ ନାମରେ ଏହି ମାମଲାରେ କୋର୍ଟ ବାରମ୍ବାର ହାଜିର ହେବାକୁ ନୋଟିସ ଜାରି କରିଥିଲେ । ହେଲେ ସେ କୋର୍ଟଙ୍କ ନୋଟିସକୁ ବେଖାତର କରି କୋର୍ଟରେ ହାଜର ହେଉ ନଥିଲେ । ଏହାପରେ କୋର୍ଟ ଅମୀଷାଙ୍କ ନାମରେ ୱାରେଣ୍ଟ ଜାରି କରିଥିଲେ ।
ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତ୍ରୀ ଅମୀଷା
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







