ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ । ୯ ରାଜ୍ୟର ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ଓଡିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ । ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ପଡିଛି ଆସନ । ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ମମତା ମହନ୍ତଙ୍କୁ ପୁଣି ଥରେ ବିଜେପି ରାଜ୍ୟସଭାକୁ ପଠାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାଛଡା ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନାଁ ବି ଆଗରେ ରହିଛି । ଅଗଷ୍ଟ ୨୧ରେ ନାମାଙ୍କନ ଦାଖଲର ଶେଷ ଦିନ । ଅଗଷ୍ଟ ୨୭ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩ ତାରିଖରେ ଭୋଟଗ୍ରହଣ ହୋଇପାରେ ।
Views: 33