ଭୁବନେଶ୍ୱର : ରାଜ୍ୟରେ ବନ୍ୟା ସ୍ଥିତି ନାହିଁ କହିଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ରାଜ୍ୟରେ ବନ୍ୟା ସ୍ଥିତି ନାହିଁ , ସୁବର୍ଣ୍ଣରେଖା ଜଳସ୍ତର କମିଛି । ସତର୍କ ସୂଚନା କେଉଁଠି ନାହିଁ ବୋଲି କହିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ସେ କହିଛନ୍ତି ଛତିଶଗଡରେ ବର୍ଷା ହେଉଛି। ଛତିଶଗଡ଼ ପାଣି ଛାଡିବାକୁ ଆମେ ଅପେକ୍ଷା କରିଛୁ। ସ୍ୱାଭାବିକ ପ୍ରକ୍ରିୟାରେ SOP ଅନୁସାରେ ହୀରାକୁଦର ୬ ଗେଟ ଖୋଲା ହେବ। ହେଲେ ସତର୍କ ସ୍ଥିତି ନାହିଁ। ୬୩୦ ଫୁଟ ହୀରାକୁତ ଜଳ ଧାରଣ କ୍ଷମତା ରହିଛି। ଏବେ ୬୦୫ ଫୁଟ ପାଣି ଅଛି। ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡା ଆଉ କେଉଁଠି ବର୍ଷା ନାହିଁ।
Views: 20