ଭୁବନେଶ୍ୱର : ସ୍ଥାୟୀ ନିଯୁକ୍ତି ଦାବିରେ ମିଶନ ଶକ୍ତି ମହିଳାଙ୍କ ଗର୍ଜନ । ଭୁବନେଶ୍ଵର ଲୋୟର୍ ପିଏମଜିରେ ତୃତୀୟ ଦିନରେ ନାରାବାଜି କରୁଛନ୍ତି । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ୟ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ହଜାର ହଜାର ସଂଖ୍ୟାରେ ମହିଳା ଅହୋରାତ୍ର ଧାରଣାରେ ବସିବା ପରେ ବି ସରକାର ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ୟ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି ।
Views: 22