ଭୁବନେଶ୍ୱର : ରବିବାର ମୁଖ୍ୟମନ୍ତ୍ରୀଙ୍କ ସୋହେଲା ଗସ୍ତ । ବରଗଡ ଜିଲ୍ଲା ସୋହେଲା ଗସ୍ତ କରି ଚାଷୀ ମାନଙ୍କୁ ୮ ଶହ ଟଙ୍କା ସବସିଡି ଡିବିଡି ମାଧ୍ୟମରେ ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖମନ୍ତ୍ରୀ ମୋହନ ମାଝୀ । ଏହି କାର୍ୟ୍ୟକ୍ରମରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ , ଭଟଲି ବିଧାୟକ ଇରାଶିଷ ଆଚାର୍ୟ୍ୟ , ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବିଜେପୁର ବିଧାୟକ ସନତ ଗଡ଼ତିୟାଙ୍କ ସମେତ ବିଜେପିର ବହୁ ନେତା ସାମିଲ ହେବେ। ସୂଚନାଯୋଗ୍ୟ, ୨୦ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲିଥିବା ବେଳେ ଧାନ ବିକ୍ରିରେ ଅଚଳାବସ୍ଥା ଲାଗିରହିଛି ।
Views: 37