ପୁରୀ : ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ତଦାରଖ କଲେ ଗଜପତି ମହାରାଜା । ତଦାରଖ ପରେ ରତ୍ନଭଣ୍ଡାର ସମ୍ପୁର୍ଣ୍ଣ ସୁରକ୍ଷିତ ଥିବା କହିଲେ ଗଜପତି । ନୀଳାଦ୍ରୀ ବିଜେ ସୁଦ୍ଧା ମରାମତି ସମ୍ପୁର୍ଣ୍ଣ ହୋଇଯିବ କହିଲେ । ରତ୍ନ ଭଣ୍ଡାର ସମ୍ପୁର୍ଣ୍ଣ ସୁରକ୍ଷିତ , ଅତି ସୁନ୍ଦର । ଶ୍ରୀମନ୍ଦିର ନିର୍ମାଣ ଶୈଳୀରେ କାମ ହୋଇଛି ଏବଂ ଖରାପ ହୋଇଥିବା ୬୦୦ ପଥର ପରିବର୍ତ୍ତନ ହୋଇଛି । କାମ ଅନୁଧ୍ୟାନ ପରେ ଗଜପତିଙ୍କ ସୂଚନା ,ଖୁବ୍ ଶୀଘ୍ର ହେବ ରତ୍ନଭଣ୍ଡାର ଗଣତିମଣତି । ନୀଳାଦ୍ରିବିଜେ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ହେବ ଗଣତିମଣତି । ଆଜି ଶ୍ରୀମନ୍ଦିରରେ ପହଞ୍ଚି କାର୍ୟ୍ୟର ସମୀକ୍ଷା କରିଥିଲେ ଗଜପତି ମହାରାଜ । ତାଙ୍କ ସହ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ । ଦକ୍ଷିଣ ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଗଜପତି ।
Views: 25